ମହାକାଶରେ ସନ୍ତାନ ପ୍ରସବ କରିବେ ମହିଳା

ପୃଥିବୀ ବାହାରେ ମଧ୍ୟ ଜୀବସତ୍ତା ରହିଛି । ଏଣୁ ପୃଥିବୀ ବାହାରେ ମଣିଷ ଜୀବନଧାରଣ କରିବା ସମ୍ଭବ । ଏହା ସହିତ ସେଠାରେ ନିଜର ସନ୍ତାନକୁ ମଧ୍ୟ ଜନ୍ମ ଦେଇପାରିବେ । ଏହି କଥା ଆମେ ବୈଜ୍ଞାନିକମାନଙ୍କଠାରୁ ଶୁଣିବାକୁ ପାଉଛୁ । କିନ୍ତୁ ଏହାକୁ ପ୍ରମାଣିତ କରିବା ପାଇଁ ନେଦର୍ଲ୍ୟାଣ୍ଡ୍ର ଏକ କମ୍ପାନୀ ଯୋଜନା ଆରମ୍ଭ କରିଛି । କମ୍ପାନୀର କହିବା ଅନୁସାରେ, ଆଗାମୀ ୬ ବର୍ଷ ମଧ୍ୟରେ ଗର୍ଭବତୀ ମହିଳାମାନେ ମହାକାଶରେ ନିଜ ସନ୍ତାନକୁ ଜନ୍ମ ଦେଇପାରିବେ । ନେଦରଲ୍ୟାଣ୍ଡ୍ର “ସ୍ପେସ୍ ଲାଇଫ୍ ଓରିଜିନ୍’ କମ୍ପାନୀ ଏହି କଥାକୁ ପ୍ରମାଣିତ କରିବା ପାଇଁ ଯୋଜନା ମଧ୍ୟ ଆରମ୍ଭ କରିସାରିଛି । ଡେଲିମେଲ୍ର ରିପୋର୍ଟ ଅନୁସାରେ, ୨୦୨୪ ମଧ୍ୟରେ ଜଣେ ଗର୍ଭବତୀ ପୃଥିବୀଠାରୁ ୪୦୦ କିଲୋମିଟର ଦୂରକୁ ଯାଇ ସନ୍ତାନ ପ୍ରସବ କରିପାରିବେ । କମ୍ପାନୀ କରିଥିବା ଯୋଜନା ଅନୁସାରେ, ମହିଳାଙ୍କୁ ରକେଟ୍ ଜରିଆରେ ମହାକାଶକୁ ପଠାଯିବ ଏବଂ ଏହି ମିଶନ ୩୬ ଘଣ୍ଟାର ପର୍ଯ୍ୟନ୍ତ ଚାଲିବ । ଏହି ମିଶନକୁ ସଫଳ କରିବା ପାଇଁ କମ୍ପାନୀ କିଛି ମହିଳାଙ୍କ ନାମ ପଞ୍ଜୀକୃତ କରିଛି । ଏପରି ମହିଳା ଯେଉଁମାନେ ମହାକାଶରେ ସନ୍ତାନ ପ୍ରସବ କରାଇବା ପାଇଁ ଇଚ୍ଛୁକ ଅଛନ୍ତି, ସେହି ମହିଳାମାନେ ନିଜର ନାମ କମ୍ପାନୀକୁ ଦେଇ ପଞ୍ଜୀକୃତ କରିପାରିବେ ବୋଲି ମଧ୍ୟ କୁହାଯାଇଛି । କିନ୍ତୁ ଏଥିପାଇଁ ସର୍ତ୍ତ ରହିଛି । ଏହି ସର୍ତ୍ତ ଅନୁସାରେ, ଯେଉଁ ମହିଳାମାନେ ପୂର୍ବରୁ ବିନା କୌଣସି ସମସ୍ୟାରେ ସନ୍ତାନ ପ୍ରସବ କରିସାରିଛନ୍ତି, କେବଳ ସେହିମାନେ ହିଁ ମହାକାଶକୁ ଯାଇ ତାଙ୍କର ତୃତୀୟ ସନ୍ତାନ ପ୍ରସବ କରିପାରିବେ । କମ୍ପାନୀ ନିଜର ଏହି ଯୋଜନାକୁ ନେଇ କହିଛି, ମହାକାଶରେ ଜନ୍ମ ନେବାକୁ ଥିବା ଶିଶୁ ପାଇଁ ଏହା ଏକ ଛୋଟ କାମ । କିନ୍ତୁ ମାନବଜାତି ପାଇଁ ଏହା ସବୁଠାରୁ ବଡ଼ ପଦକ୍ଷେପ ହେବାକୁ ଯାଉଛି । ମହାକାଶରେ ସନ୍ତାନ ଜନ୍ମ ଦେବା ପାଇଁ ଇଚ୍ଛୁକ ଥିବା ମହିଳାଙ୍କୁ ମହାକାଶରେ କମ୍ ରେଡିଏସନ୍ ଥିବା ସ୍ଥାନକୁ ନିଆଯିବ । ଯେପରି ତାଙ୍କର ଏକ୍ସପୋଜର୍ କମ୍ ହୋଇପାରିବ । କମ୍ପାନୀ ତା’ର ଯୋଜନାକୁ ସଫଳ କରିବା ପାଇଁ ୨୫ ଜଣ ମହିଳାଙ୍କୁ ଚୟନ କରିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ