ମହାତ୍ମା ଗାନ୍ଧୀଜୀଙ୍କ ଜୀବନ ଶୈଳୀ ଉପରେ ପଥପ୍ରାନ୍ତ ସଭା

ଯୋଡ଼ା,(ଯୁଗାବ୍ଦ ନ୍ୟୁଜ୍‌): କେନ୍ଦୁଝର ଜିଲା ଯୋଡା ସହରର ବସ୍‌ଷ୍ଟାଣ୍ଡଠାରେ ଗୁରୁବାର ମହାତ୍ମା ଗାନ୍ଧିଜୀଙ୍କ ଜୀବନ ଶୈଳି ଉପରେ ଏକ ପଥପ୍ରାନ୍ତ ସଭା ଅନୁଷ୍ଠିତ ହୋଇଯାଇଛି । ରାଷ୍ଟ୍ରୀୟ ଯୁବା ସଂଗଠନ, ଉତ୍କଳ ଗାନ୍ଧୀ ସ୍ମାରକ ନିଧି, ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନ ଓ ରାଜୀବ୍ ଗାନ୍ଧୀ ଫାଉଣ୍ଡେସନ ପକ୍ଷରୁ ଜାନୁଆରୀ ୧୩ ତାରିଖରୁ ଝାରସଗୁଡା ଜିଲାରୁ ଆରମ୍ଭ କରାଯାଇଥିବା ଶାନ୍ତି-ସଂହତି- ସଦ୍‌ଭାବନା ଯାତ୍ରା ଅବସରରେ ଗୁରୁବାର ପୂର୍ବାହ୍ନ ୧୧ ଘଟିକା ସମୟରେ ଯୋଡା ସହରର ବସ୍‌ଷ୍ଟାଣ୍ଡ ଠାରେ ଏହି ପଥପ୍ରାନ୍ତ ସଭା ଅନୁଷ୍ଠିତ ହୋଇଥିଲା । ଏହି ସଭାରେ ଗାନ୍ଧୀଜୀଙ୍କ ଜୀବନଶୈଳୀ,ବିଚାରଧାରା ଓ ତାଙ୍କର ସ୍ୱପ୍ନକୁ ଅନୁସରଣ କରି ସମାଜରେ କାର୍ଯ୍ୟ କରିବା ପାଇଁ ଉପସ୍ଥିତ ଲୋକମାନଙ୍କୁ ସଚେତନ କରାଯାଇଥିଲା । ଏହି ସଭାରେ ୧୦ଟି ଜିଲାର ବିଭିନ୍ନ ଗାନ୍ଧୀ ପ୍ରତିଷ୍ଠାନ ଏବଂ ସଗଠନର ସାଥୀମାନେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ