ଯୋଡା ଥାନା ପକ୍ଷରୁ ସଡକ ସୁରକ୍ଷା ସଚେତନତା ରାଲି

ଯୋଡ଼ା ,(ଯୁଗାବ୍ଦ ନ୍ୟୁଜ୍‌) : କେନ୍ଦୁଝର ଜିଲା ଯୋଡା ଥାନା ପକ୍ଷରୁ ଗୁରୁବାର ଅପରାହ୍ନରେ ୩୧ ତମ ସଡକ ସୁରକ୍ଷା ସପ୍ତାହ ଅବସରରେ ଏକ ବାଇକ ସଚେତନତା ରାଲି ଅନୁଷ୍ଠିତ ହୋଇଯାଇଛି । ବଡବିଲ ଏସଡିପିଓ ସତ୍ୟ ବିକାଶ ଭୂୟାଁ , ଯୋଡା ଥାନା ଆଇଆଇସି ରାଇସେନ୍ ମୁର୍ମୁ ଓ ବିଲେଇପଦା ଫାଣ୍ଡି ଅଧିକାରୀ ରଂଜନ କୁମାର ବିଶ୍ୱାଳଙ୍କ ଉପସ୍ଥିତିରେ ୮୦ ରୁ ଉର୍ଦ୍ଧ୍ୱ ବାଇକରେ ପୋଲିସ ଅଧିକାରୀ ଏବଂ କର୍ମଚାରୀ ଓ ସାଧାରଣ ଲୋକେ ଯୋଡା ସହର ପରିକ୍ରମା କରି ଲୋକମାନଙ୍କୁ ହେଲମେଟ୍ ପିନ୍ଧିବା, ନିଶା କରି ଗାଡି ନଚଳାଇବା , ଗାଡି ଚଳାଇବା ସମୟରେ ମୋବାଇଲ ଫୋନ ବ୍ୟବହାର ନକରିବା ପ୍ରଭୃତି ସଡକ ସୁରକ୍ଷା ଉପରେ ସଚେତନ କରାଇଥିଲେ । ବାଇକ ରାଲି ପ୍ରଥମେ ଯୋଡା ଥାନାରୁ ବାହାରି ବନେଇକଳା, ସାଇ ମନ୍ଦିର , ବସଷ୍ଟାଣ୍ଡ, ଷ୍ଟେଟବ୍ୟାଙ୍କ ଛକ ଦେଇ ଶେଷରେ ଯୋଡା ଥାନାରେ ପହଞ୍ଚିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ