ମହାଦେବଙ୍କ ନୂତନ ବିଗ୍ରହ ଓ ଭବ୍ୟ ମନ୍ଦିର ପ୍ରତିଷ୍ଠା ଉତ୍ସବ
ବନ୍ତ,(ଯୁଗାବ୍ଦ ନ୍ୟୁଜ୍) : ଶୁକ୍ରବାର ଠାରୁ ବନ୍ତ ବ୍ଲକ ଟିଲୋ ମାଳିସାହିସ୍ଥିତ ଶ୍ରୀ ଶ୍ରୀ ତ୍ରିନାଥଶ୍ୱରାୟଃ ମହାଦେବଙ୍କର ନୂତନ ବିଗ୍ରହ ଓ ଭବ୍ୟ ମନ୍ଦିର ପ୍ରତିଷ୍ଠା ଉତ୍ସବ ଆରମ୍ଭ ହୋଇଛି । ଗ୍ରେନଗୋଲାସ୍ଥିତ ବୁଡିପୋଖରୀରୁ ୧୦୮ କଳସ ଅଣାଯାଇ ଘଟସ୍ଥାପନା ପୂର୍ବକ ଯଥାରୀତି ପୂଜା କାର୍ୟ୍ୟ ଆରମ୍ଭ ହୋଇଛି । ଦେବେନ୍ଦ୍ରନାଥ ସାହୁ, ମାଳତୀ ସାହୁ, ଧିରେନ୍ଦ୍ର ସାମଲ, ଦେବକୀ ସାମଲ, ପିତାମ୍ବର ପତି, କୁମୁଦିନୀ ପତି ପ୍ରମୁଖ ମୁଖ୍ୟ କଳସ ଧାରଣ କରିବା ସହ ପୂଜା କାର୍ୟ୍ୟରେ ସଂକଳ୍ପ କରିଛନ୍ତି । ମୁଖ୍ୟ ପୂଜକ ଭାବେ ସୁକାନ୍ତ ଦାଶ, ସହକାରୀ ପୂଜକ ଭାବେ ଲକ୍ଷ୍ମୀଧର ପାଢୀ, ନିରାକର ତ୍ରିପାଠୀ, ସନ୍ତୋଷ ମହାପାତ୍ର, ସଦାନନ୍ଦ ଦାଶ, ଭାଗବତ ପାଣିଗ୍ରାହୀ ପ୍ରମୁଖ ଦାୟୀତ୍ୱ ତୁଲାଉଛନ୍ତି । ସନ୍ଧ୍ୟାରେ ପ୍ରବଚନ କାର୍ୟ୍ୟକ୍ରମ ଚାଲୁ ରହିଛି । ଶନିବାର ସ୍ନାନ ମଣ୍ଡପରେ ମହାପ୍ରଭୁଙ୍କର ମହାସ୍ନାନ, ସନ୍ଧ୍ୟାରେ ପ୍ରବଚନ, ରବିବାର ମହାପ୍ରଭୁ ମନ୍ଦିରରେ ବିଜେ ମୋହିଦର୍ଶନ କରିବା ସହ ପୂର୍ଣ୍ଣାହୂତି କାର୍ୟ୍ୟ ସଂପାଦନ ହେବ । ଏହି କାର୍ୟ୍ୟକ୍ରମରେ ମାଳିସାହି ଗ୍ରାମର ସମସ୍ତ ଗ୍ରାମବାସୀ ସହଯୋଗ କରୁଛନ୍ତି ।