ମହାଦେବଙ୍କ ପୀଠରେ ପ୍ରବଚନ କାର୍ଯ୍ୟକ୍ରମ
ବନ୍ତ,(ଯୁଗାବ୍ଦ ନ୍ୟୁଜ୍): ବନ୍ତ ବ୍ଳକ ଛୟାଳସିଂ ବଜାରସ୍ଥିତ ଶ୍ରୀ ଶ୍ରୀ ଖଗେଶ୍ୱର ମହାଦେବଙ୍କ ପୀଠରେ ସପ୍ତାହବ୍ୟାପୀ ଭାଗବତ ପାରାୟଣ, ପ୍ରବଚନ, ବେଦପାଠ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଅଛି । ରବିବାର ସନ୍ଧ୍ୟାରେ ପ୍ରବଚକ ତଥା ଗାୟକ ପଣ୍ଡିତ ହରିହର ପାଣିଗ୍ରାହୀ ପ୍ରବଚନ ପ୍ରଦାନ କରିଥିବା ବେଳେ ଶତାଧିକ ଶ୍ରୋତା ଯୋଗ ଦେଇଥିଲୋ ମଙ୍ଗଳବାର ପୂର୍ଣ୍ଣାହୂତି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ପୂଜକ ଫକୀର ମୋହନ ତ୍ରିପାଠୀ, ଶୁକଦେବ ତ୍ରିପାଠୀ, ସୁବାଷ ଚନ୍ଦ୍ର ତ୍ରିପାଠୀ କହିଛନ୍ତି ।