ମହାନଦୀରେ ଭାସୁଛି ଅହିହ୍ନା ଯୁବକଙ୍କ ମୃତ ଦେହ
ଚୌଦ୍ୱାର ; କଟକ(ଦୀପକ୍ କୁମାର ବେଉରା) କମିଶନରେଟ ପୋଲିସ ର ଟିପିଏମ ଫାଣ୍ଡି ଅଧୀନରେ ଥିବା କଖଡ଼ି ଗ୍ରାମ ନିକଟସ୍ତ ମହାନଦୀ ରେ ଗୋଟେ ମୃତ ଦେହ ଭାଶୁ ଥିବାର ଦେଖିବାକୁ ମିଳିଛି । ମଙ୍ଗଳବାର ଅପରାନ୍ହ ରୁ କଖଡ଼ି ଘାତ କୂଳରେ ନଦୀରେ ମୃତଦେହଟି ଭାସୁଥିବାର ଦେଖାଯାଇଛି ।ମୃତଦେହଟି ବର୍ତ୍ତମାନ କୂଳରେ ଲାଗି ରହିଛି । ହେଲେ ଏପର୍ଯ୍ୟନ୍ତ ଟିପିଏମ ଫାଣ୍ଡି ପକ୍ଷରୁ ମୃତ ଦେହଟି କୁ ଉଧାର କରିବାର କୌଣସି ବ୍ୟବସ୍ଥା କରାଯାଇନି ।ମୃତ ଦେହଟି ପାଣି ରେ ଫୁଲି ଯାଇଥିବାରୁ ଚିହ୍ନଟ କରିବା ସମ୍ବବ ହୋଇପାରିନି । ଯୁବକ ଜଣକ ନଦୀରେ ଭାଷି ଆସିଛନ୍ତି କିମ୍ବା କେହି ହତ୍ୟା କରିବା ପରେ ନଦୀରେ ଫୋପାଡ଼ି ଦେଇଥିବାର ସନ୍ଦେହ କରାଯାଉଛି ।


