ମହାନଳା ସରକାରୀ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବାର୍ଷିକ ଉତ୍ସବ
ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ):ସାନଖେମୁଣ୍ଡି ବ୍ଲକ ମହାନଳା ଗ୍ରାମ ସ୍ଥିତ ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ସାନଖେମୁଣ୍ଡି ବ୍ଲକ ଏହି ବିଦ୍ୟାଳୟର ବାର୍ଷିକ ଉତ୍ସବର ମୁଖ୍ୟ ଅତିଥି ଭାବେ ସାନଖେମୁଣ୍ଡି ଗୋଷ୍ଟି ଉନ୍ନୟନ ଅଧିକାରୀ ଗାୟତ୍ରୀ ଦତ୍ତ ନାୟକ ସମ୍ମାନିତ ଅତିଥି ଭାବେ ସାନଖେମୁଣ୍ଡି ତହସିଲଦାର ଡ଼ଃ ଶ୍ରୀନିବାସ ବେହେରା ଯୋଗଦେଇଥିବା ବେଳେ ନିମନ୍ତ୍ରିତ ଅତିଥି ଭାବରେ ସମାଜସେବୀ ତଥା ଶୁଭକାମନା ଚାରିଟେବଲ ତ୍ରଷ୍ଟର ଅଧ୍ୟକ୍ଷ ମନୋଜ କୁମାର ରଥ , ସମ୍ମାନୀୟ ଅତିଥି ଭାବେ ଗୋଷ୍ଠୀ ଶିକ୍ଷାଧିକାରୀ କୁରେଶୁ ସେଠି , ଅନୁଷ୍ଠାନର ପ୍ରାକ୍ତନ ଛାତ୍ର ତଥା ପାଟପୁର ଆସିକା କେନ୍ଦ୍ର ସମବାୟ ବ୍ୟାଙ୍କ୍ ପରିଚାଳକ ସନୁଜ ବିଶୋୟୀଙ୍କ ସହ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ବିନାୟକ ଦାଶ , ପ୍ରଧାନ ଶିକ୍ଷକ ଆକୁଳ ଚନ୍ଦ୍ର ଚୌଧୁରୀ ପ୍ରମୁଖ ମଞ୍ଚାସିନ ରହିଥିଲେ । ଉତ୍ସାହ ଓ ଉଦ୍ଧିପନାରେ ଆୟୋଜିତ ଏହି ରଙ୍ଗାରଙ୍ଗ କାର୍ଯ୍ୟକ୍ରମକୁ ଅତିଥିଙ୍କ ଗହଣରେ ବିଡ଼ିଓ ଶ୍ରୀ ଦତ୍ତ ନାୟକ ଉଦଘାଟନ କରିବା ସହ ଶ୍ରୀ ଜଗନ୍ନାଥଙ୍କ ପ୍ରତିମୂର୍ତ୍ତୀରେ ପୁଷ୍ପମାଲ୍ୟ ପ୍ରଦାନ ସହ ପ୍ରଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମର ଆୟମାରମ କରିଥିଲେ । ମଞ୍ଚାଷିନ ଅତିଥି ନିଜନିଜ ଅଭିବ୍ୟକ୍ତିରେ ଶିକ୍ଷାର୍ଥୀ ଓ ଅଭିବାବକଙ୍କୁ ନିଜ ନିଜ ଉତ୍ତର ଦାୟିତ୍ଵ ଏବଂ ସମୟ ଉପଯୋଗୀ ଚିନ୍ତାଧାରାର ଅବଲୋକନ କରାଇ ଶିକ୍ଷାର୍ଥୀଙ୍କ ବିଫଳତାକୁ ଧ୍ୟାନ ନ ଦେଇ ବିଫଳତାର ଦିଗକୁ ଅନୁଧ୍ୟାନ ସହ ପରିମାର୍ଜିତ କରାଇଲେ ଅନିବାର୍ଯ୍ୟ ସଫଳତା ଆଶା କରିବାକୁ ଅନୁପ୍ରାଣିତ କରାଇଥିଲେ ।ବିଦ୍ୟାଳୟ ପରିଚାଳନା କମିଟି ସଭାପତି ବିନାୟକ ଦାଶଙ୍କ ମଞ୍ଚ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପ୍ରଦାନ ଶିକ୍ଷକ ଶ୍ରୀ ଚୌଧୁରୀ ବିଦ୍ୟାଳୟର ବାର୍ଷିକ ବିବରଣୀ ପାଠ କରିଥିଲେ । ବିଦ୍ୟାଳୟ ପକ୍ଷରୁ ଆୟୋଜିତ ବାର୍ଷିକ କ୍ରୀଡା ପ୍ରତିଯୋଗିତାର କୃତି ପ୍ରତିଯୋଗୀଙ୍କୁ ଅତିଥିଗଣ ମାନପତ୍ର ଓ ପୁରସ୍କାରପ୍ରଦାନ କରି ପୁରସ୍କୃତ କରିଥିଲା ବେଳେ ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମରେ ବିଦ୍ୟାଳୟର ଦିବ୍ୟାଙ୍ଗ ଶିକ୍ଷୟତ୍ରୀଙ୍କ ବିଭୁ ବନ୍ଦନା ଏବଂ ସ୍ଥାନୀୟ ବିଡ଼ିଓ ଶ୍ରୀ ନାୟକଙ୍କ ଶ୍ରୀ ଜଗନ୍ନାଥଙ୍କ ଭକ୍ତିପୂତଭଜନ ହାତରେମୋ ମୁଠା ମୁଠା ସରଧା ବାଲି ପରିବେଷଣ ଉପସ୍ଥିତ ଦର୍ଶକଙ୍କ ମନ ମୋହିଥିଲା । ଏହାସହ ବିଦ୍ୟାଳୟ କୁନି ଶିକ୍ଷାର୍ଥୀଙ୍କ ଦ୍ଵାରା ପରିବେଷିତ ଗୀତିନାଟ୍ୟ ” କାଞ୍ଚି ଅଭିଯାନ ” ଓ ସଂସ୍କାର ମୂଳକ କ୍ଷୁଦ୍ର ନାଟକ” ସୁନା କନିଆଁ ” ଦର୍ଶକଙ୍କୁ ମନମୁଗ୍ଧ କରିଥିଲା ।ଗ୍ରୁପ ଡାନ୍ସ ଚିତ୍ତାକର୍ଷକ ହୋଇଥିଲା । ଆୟୋଜିତ କାର୍ଯ୍ୟକ୍ରମକୁ ବିଦ୍ୟାଳୟ ଶିକ୍ଷକ ଶିକ୍ଷୟତ୍ରୀଙ୍କ ସହ ଅଭିଭାବକ ମଣ୍ଡଳୀ ପରିଚାଳନା ଗତ ସହଯୋଗ କରିଥିଲେ ।