ମହାନାଦପୁର ଗ୍ରାମ ଠାରେ ମିଥୁନ୍ କ୍ରିଏଟିଭ ଡ୍ୟାନ୍ସ ଏକାଡେମୀର ଶାଖା କାର୍ଯ୍ୟାଳୟ ଉଦଘାଟିତ
ଛତ୍ରପୁର ଯୁଗାବ୍ଦ ନ୍ୟୁଜ ): ଗଂଜାମ ଜିଲ୍ଲାର ସଦରମହକୁମା ଛତ୍ରପୁର ବ୍ଲକ ଅନ୍ତର୍ଗତ ମହାନାଦପୁର ଗ୍ରାମ ରେ ମିଥୁନ୍ କ୍ରିଏଟିଭ ଡ୍ୟାନ୍ସ ଏକାଡେମୀ ର ଏକ ଶାଖା କାର୍ଯ୍ୟାଳୟ ଉଦଘାଟିତ ହୋଇଯାଇଛି । ଏହାକୁ ଭାରତୀୟ ଜନତା ପାର୍ଟିର ଛତ୍ରପୁର ନିର୍ବାଚନ ମଣ୍ଡଳୀର ଯୁବ ନେତା ତଥା ଛତ୍ରପୁର ବିଧାନସଭା ପ୍ରାଥୀ ପ୍ରଶାନ୍ତ କୁମାର କର ମୁଖ୍ୟ ଅତିଥୀ ଭାବେ ଯୋଗଦେଇ ଉଦଘାଟନ କରିଥିଲେ । ଏହା ସହ ଶାଖାର ଉତର ଉତର କାମନା କରିଥିଲେ । ଏହି ଶାଖା କାର୍ଯ୍ୟାଳୟ ଉଦଘାଟନ ହେବା ଦ୍ୱାରା ମହାନାଦପୁ ଓ ଆଖ ପାଖ ଅଂଚଳର ଛୋଟ ଶିଶୁ ମାନଙ୍କ ଠାରୁ ଆରମ୍ଭ କରି ଯୁବକ ପର୍ଯ୍ୟନ୍ତ ବିଭିନ୍ନ ପ୍ରକାର ଡ୍ୟାନ୍ସ ଶିଖିପାରିବେ ବୋଲି ବିଧାନସଭା ପ୍ରାର୍ଥୀ କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ମିଥୁନ୍ କ୍ରିଏଟିଭ ଡ୍ୟାନ୍ସ ଏକାଡେମୀ ର ମାଷ୍ଟର ସନ୍ତୋଷ କୁମାର ବେହେରା, ଛାତ୍ର କ୍ଷୀରୋଦ କୁମାର ବେହେରା, ଶୂଭମ ବେହେରା, ଶୂଭଙ୍କର ବେହେରା, ବଂଟି, ପ୍ରମୋଦ , ଯୁବନେତା ରବିନ୍ଦ୍ର ରାଉଳ, ଗଣେଷ ବେହେରାଙ୍କ ସମେତ ଗ୍ରାମର ବହୁ ଗ୍ରାମବାସୀ ଉପସ୍ଥିତ ଥିଲେ ।