ମହାନ୍ ସଂଘ ମହିଳା ବିଭାଗ ପକ୍ଷରୁ ମାର୍ଚ୍ଚ ୧୦ ରେ ରାଜ୍ୟ ସ୍ତରୀୟ ମହିଳା ସମ୍ମିଳନୀ ଆୟୋଜନ

ବ୍ରହ୍ମପୁର, (ଶ୍ରୀକାନ୍ତ କୁମାର ବେହେରା):ସହର ର ଅନ୍ୟତମ ଅଗ୍ରଣୀ ସମାଜସେବା ସାଂସ୍କୃତିକ, କ୍ରୀଡା ଅନୁଷ୍ଠାନ ମହାନ୍ ସଂଘ ମହିଳା ବିଭାଗ ପକ୍ଷରୁ ଏଥର ୩୮ତମ ବାର୍ଷିକ ଉତ୍ସବ ପାଳନ ସହ ଚତୁର୍ଥ ରାଜ୍ୟ ସ୍ତରୀୟ ମହିଳା ସମ୍ମିଳନୀ ବ୍ରହ୍ମପୁର ଡାଇମଣ୍ଡ ଜୁବୁଲି ଟାଉନ ହଲ ଠାରେ ମହା ସମାରୋହରେ ଆୟୋଜନ କରାଯିବ। ମହିଳା ଙ୍କ ଆତ୍ମରକ୍ଷା ଓ ଆତ୍ମ ନିର୍ଭରଶିଳତା ଉପରେ ଆଲୋଚନା ସହ ବିଭିନ୍ନ ଦିଗ ଉପରେ ଆଲୋଚନା କରାଯିବ। ମହିଳା ଙ୍କ ମଧ୍ୟରେ ଝୋଟି, ମହେନ୍ଦି, ହୁଳ ହୁଲି, ସୁନ୍ଦର କେଶ ସଜା ଓ ପାରମ୍ପରିକ ପିଠା ପ୍ରତିଯୋଗିତା ଅନୁଷ୍ଠିତ ହେବ । ମହିଳା, ଶିଶୁ ଓ ସମାଜ ସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ନିମନ୍ତେ ବିଭିନ୍ନ ପ୍ରତିଭାଧାରି ଙ୍କୁ ସମ୍ମାନିତ କରାଯିବା ସହ ମହିଳାଙ୍କ କଲ୍ୟାଣ ନିମନ୍ତେ ବିଭିନ୍ନ ପ୍ରସ୍ତାବ ଗୃହୀତ ହେବ । ବିଭାଗ ଅଧ୍ୟକ୍ଷା ଶ୍ରୀମତୀ ଦେବୀପ୍ରଭା ରଥ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପ୍ରସ୍ତୁତି ବୈଠକରେ ଶ୍ରୀମତୀ ଗୀତାଞ୍ଜଳି ଜେନା, ଶ୍ରୀମତୀ କିରଣ ବାଳା ମିଶ୍ର, ସାମଲାଇ ମହାରଣା, ସୁନୀତା କୁମାରୀ ବିଷୋୟୀ, ସସ୍ମିତା ମିଶ୍ର, ଶ୍ରୀମତୀ ସୁଜାତା ପଟ୍ଟନାୟକ, ସୁଶ୍ରୀ ସୁଚେତା ପାଣିଗ୍ରାହୀ, ଡ ସନ୍ଧ୍ୟା ରାଣୀ ପଟ୍ଟନାୟକ,ଶ୍ରୀମତୀ ବନ୍ଦିତା ତ୍ରିପାଠୀ, ଡ ଧନ ଲକ୍ଷ୍ମୀ ପଟ୍ଟନାୟକ, ଶ୍ରୀମତୀ ସବିତା ସାହୁକାର, ଶ୍ରୀମତୀ ମମତା ବିଶୋଇ ପ୍ରମୁଖ ଙ୍କ ସମେତ ବହୁ ସଦସ୍ୟା ଯୋଗଦାନ କରିଥିଲେ। ସେଶରେ ଶ୍ରୀମତୀ ନିବେଦିତା ପାଢ଼ୀ ଧନ୍ୟବାଦ ପ୍ରଦାନ କରିଥିଲେ। ସମ୍ମିଳନୀ କୁ ସଫଳ କରିବା ନିମନ୍ତେ ଅଧ୍ୟକ୍ଷା ଶ୍ରୀମତୀ ରଥ ସମସ୍ତଙ୍କ ସହୋଜଗ କାମନା କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ