ମହାପୁରୁଷଙ୍କ ଆଦର୍ଶ ରେ ଅନୁପ୍ରାଣିତ ହୁଅନ୍ତୁ
ଭୁବନେଶ୍ୱର (ୱାଇଏନ୍ଏସ୍):ସାହିତ୍ୟ ପତ୍ରିକା ବୋଉ ପକ୍ଷରୁ 75ତମ ସ୍ୱାଧୀନତା ଦିବସ ଅନୁଷ୍ଠିତ ହୋଇ ଯାଇଛି. ଜାତୀୟ ପତାକା କୁ ଉତୋଳନ କରି ମୁଖ୍ୟ ଅତିଥି ଭାବେ ସଭାପତି ମନୀଷା ରାୟ କହିଥିଲେ ଯେ ମହାପୁରୁଷ ଓ ଯେଉଁ ମାନେ ଆତ୍ମ ବଳି ଦେଶମାତୃକା ପାଇଁ ଦେଇଛନ୍ତି, ସେମାନେ ଆମର ଚିର ନମସ୍ୟ ଓ ବନ୍ଦନୀୟ. ବୋଉ ସମ୍ପାଦକ ସଞ୍ଜୟ କୁମାର ଚୌଧୁରୀ ପିଲା ମାନଙ୍କୁ ନୈତିକ ଶିକ୍ଷା, କର୍ମ ପ୍ରତି ନିଷ୍ଠା ଓ ଦେଶ ପାଇଁ କାମ କରିବା ପାଇଁ ଆଗେଇ ଆସିବାକୁ ବକ୍ତବ୍ୟ ରଖିଥିଲେ.ଜାତୀୟ ସଂଗୀତ ଗାନ ହେବା ସହିତ ମିଷ୍ଟନ ବଣ୍ଟନ କରାଯାଇଥିଲା.


