ସିଲ୍‌ଭର ଗାନ୍ଧୀଙ୍କୁ ପ୍ରଶଂସା ପତ୍ର

ଭୁବନେଶ୍ୱର, (ୱାଇଏନ୍‌ଏସ୍‌): ଓଡ଼ିଶାରେ ସିଲ୍‌ଭର ଗାନ୍ଧୀ ଭାବେ ପରିଚିତ ମୋହନ ମହାପାତ୍ର ଦୀର୍ଘଦିନ ଧରି ଦେଶରେ ଶାନ୍ତି ପ୍ରତଷ୍ଠା ପାଇଁ ପଦଯାତ୍ରା ଚଳାଇ ଆସୁଛନ୍ତି । ଗତ ୭୫ତମ ସ୍ୱାଧୀନତା ଦିବସରୁ ନିଜ ପଦଯାତ୍ରା ଆରମ୍ଭ କରି ବନାରସରୁ ଆରମ୍ଭ କରି ଦୀର୍ଘ ୮୦୦ କିଲୋମିଟର ପଦଯାତ୍ରା କରି ଅକ୍ଟୋବର ୨ ତାରିଖରେ ଦିଲ୍ଲୀରେ ପହଞ୍ôଚ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ କେନ୍ଦ୍ରଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଭେଟିବାର କାର୍ଯ୍ୟକ୍ରମ ରଖିଛନ୍ତି । ସିଲ୍‌ଭର ଗାନ୍ଧୀଙ୍କ ଏପରି ଉଦ୍ୟମକୁ ପ୍ରଶଂସା କରି କେନ୍ଦ୍ର ସ୍ୱଚ୍ଛଭାରତ ଓ ଜଳଶକ୍ତି ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖୱତ ଓଡ଼ିଶା ମନ୍ତ୍ରୀ ପ୍ରତାପ ଜେନାଙ୍କ ମଧ୍ୟମରେ ଏକ ଚିଠି ପ୍ରଦାନ କରିଛନ୍ତି । ତେଣୁ ସିଲ୍‌ଭର ଗାନ୍ଧୀଙ୍କ ଉପରେ ରାଜ୍ୟ ସରକାରଙ୍କ ନଜର ପଡ଼ିଲେ, ସେ ଆଗକୁ ପଦଯାତ୍ରା ବଜାୟ ରଖିବେ ବୋଲି ସିଲଭର ଗାନ୍ଧୀଙ୍କ କୋଚ ଲିମ୍‌କା ୟୁନିକ୍ ଇଣ୍ଡିଆ ୱାଲର୍ଡ଼ ରେକର୍ଡ଼କାରୀ, ଗାନ୍ଧିବାଦୀ, ଭୁବନେଶ୍ୱର, ପ୍ରଚାରକ, ମୁଖ୍ୟମନ୍ତ୍ରୀଙ୍କ ଅହିଂସା ରଥ ମୁଖ୍ୟ ଅଶୋକ କୁମାର ସାହୁ କହିଛନ୍ତି । ଏଠାରେ ପ୍ରକାଶଯୋଗ୍ୟ ଯେ ପୂର୍ବରୁ ସିଲ୍‌ଭର ଗାନ୍ଧୀଙ୍କ ଉପରେ ଏକ ହିନ୍ଦ ଚଳଚ୍ଚିତ୍ର ନର୍ମାଣ ହୋଇ ପ୍ରଧାମନ୍ତ୍ରୀଙ୍କ ଦ୍ୱାରା ଉଚ୍ଚ ପ୍ରଶଂସିତ ହୋଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ