ମହାବିଦ୍ୟାଳୟରେ ସ୍ୱାଗତ ସମ୍ବର୍ଦ୍ଧନା ଉତ୍ସବ

ନାଉଗାଁ,(ଯୁଗାବ୍ଦ ନ୍ୟୁଜ) : ନାଉଗାଁ ବ୍ଲକ ଗଂଗଦାସ୍ଥିତ ଶ୍ରୀ ଶ୍ରୀ ମଉଳା ଭଣଜା ମହାବିଦ୍ୟାଳୟରେ ସ୍ୱାଗତ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ଦ୍ୱତୀୟ ବର୍ଷର ଛାତ୍ରଛାତ୍ରୀମାନେ ପ୍ରଥମ ବର୍ଷର ଛାତ୍ରଛାତ୍ରୀମାନଙ୍କୁ ପୁଷ୍ପଗୁଛ ଦେଇ ଶୁଭେଛା ଜଣାଇବା ସହିତ ସ୍ୱାଗତ କରିଥିଲେ । ଏହି ଅବସରରେ ଆୟୋଜିତ ସଭାରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଅଧିକାରୀ ଲେଙ୍କା ସଭାପତିତ୍ୱ କରିଥିଲେ । ଛାତ୍ରଛାତ୍ରୀମାନଙ୍କୁ ଆଦର୍ଶ ଜୀବନ ଅତିବାହିତ କରିବା ସହିତ ସମାଜ ଓ ଦେଶ ଗଠନରେ ଉତ୍ସର୍ଗୀକୃତ ଭାବନା ଦେଇ କାମ କରିବାକୁ ଅଧ୍ୟକ୍ଷ ଶ୍ରୀ ଲେଙ୍କା ଆହ୍ୱାନ ଦେଇଥିଲେ । ତାଙ୍କ ସହିତ ଅଧ୍ୟାପକ ଡଃ ନିରଂଜନ ବିଶ୍ୱାଳ, ଅଧ୍ୟାପକ ପ୍ରତାପ କୁମାର ମିଶ୍ର, ହରି ପ୍ରସାଦ ପତି, ଅଧ୍ୟାପିକା ଅନୁସୂୟା ଲେଙ୍କା,ଲିପ୍ସାରାନୀ ଦାଶ ପ୍ରମୂଖ ଯୋଗ ଦେଇ ଛାତ୍ରଛାତ୍ରୀମାନଙ୍କୁ ମାର୍ଗଦର୍ଶନ କରିଥିଲେ । ଏହି ଉତ୍ସବକୁ ଅଧ୍ୟାପକ ଧିରେନ କୁମାର ପତି ପରିଚାଳନା କରୁଥିବା ବେଳେ ଦୁର‌୍ୟୋଧନ ଜେନା,ରିତେଶ ନାୟକ,ଆଲୋକ କୁମାର ସାହୁଙ୍କ ସମେତ ଅନ୍ୟ କର୍ମଚାରୀମାନେ ପରିଚାଳନାରେ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ