ମହାବିଦ୍ୟାଳୟର ନୂତନ ଅଧ୍ୟକ୍ଷଙ୍କୁ ସମ୍ବର୍ଦ୍ଧନା
ନାଉଗାଁ,-:ନାଉଗାଁସ୍ଥିତ ଶ୍ରୀ ଜଗନ୍ନାଥ ମହାବିଦ୍ୟାଳୟରେ ଉଭୟ ଛାତ୍ର ବିଜେଡି ଓ ଛାତ୍ର କଂଗ୍ରେସ ପକ୍ଷରୁ ନୂତନ ଅଧ୍ୟକ୍ଷ ଡଃ.ଚାଇନା ପ୍ରଧାନଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିବା ବେଳେ ବିଦାୟୀ ଅଧ୍ୟକ୍ଷ ଜଟାଧାରୀ ମହାନ୍ତିଙ୍କୁ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଛି । ଆଲୋକ ମହାନ୍ତିଙ୍କ ନେତୃତ୍ୱରେ ନାଉଗାଁ ବ୍ଲକ ଛାତ୍ର ଜନତା ସଭାପତି ପୃଥ୍ୱୀରାଜ ମହାନ୍ତି,ଜ୍ଞାନ ସାହୁ,ଲୋକନାଥ ଦାସ,ରଶ୍ମୀରଂଜନ ମହାନ୍ତି, ସୁଧିର ଦାସ,ବାଦଲ ଜେନା ପ୍ରମୁଖ ଉପସ୍ଥିତ ରହି ନୂତନ ଅଧ୍ୟକ୍ଷଙ୍କୁ ପୁଷ୍ପଗୁଛ ଦେଇ ସ୍ୱାଗତ କରିବା ସହିତ ମହାବିଦ୍ୟାଳୟର ଉନ୍ନତି ପାଇଁ ଆଲୋଚନା କରିଥିଲେ । ସେହପରି ରାଜ୍ୟ ଛାତ୍ର କଂଗ୍ରେସ ସଂଯୋଜକ ସୁନିଲ ମାଟିଆଙ୍କ ନେତୃତ୍ୱରେ ସୌମ୍ୟସଂଜିବ ଦାସ,ସ୍ମୃତିରଂଜନ ଜେନା,ଆଶୁତୋଷ ବେହୁରା,ସଚିନ୍ ବେହୁରା,ଅଜୟ କୁମାର ସାହୁ,ବିକାଶ ନାୟକ ପ୍ରମୁଖ ଉପସ୍ଥିତ ରହି ଅଧ୍ୟକ୍ଷଙ୍କୁ ପୁଷ୍ପଗୁଛ ଦେଇ ସମ୍ବର୍ଦ୍ଧିତ କରିଥିଲେ ।