ମହାବୀର ଆଖଡା ସଂଘର ସାଧାରଣ ସଭା ଅନୁଷ୍ଠିତ
ବାଲେଶ୍ୱର,: ମହାବୀର ଆଖଡା ସଂଘର ସାଧାରଣ ସଭା ସ୍ଥାନୀୟ ମଠସାହି କଣ୍ଡା ଗୋସ୍ୱାମୀ ମଠସ୍ଥିତ ସ୍ଥାୟୀ କାର୍ଯ୍ୟାଳୟଠାରେ ସଂଘର ସ୍ଥାୟୀ ସଭାପତି ଗୋପୀନାଥ ଶତପଥୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ସଭାରେ ଚଳିତ ବର୍ଷ ମା’ ଦୁର୍ଗାଙ୍କ ପୂଜା ଅବସରରେ ବିରାଷ୍ଟମୀ ଦିବସରେ ମାକଲପୁର ମହାବୀର ମନ୍ଦିରରେ ସମସ୍ତ ଆଖଡା ଦଳମାନଙ୍କର ପ୍ରଣାମ ଗ୍ରହଣପୂର୍ବକ ଖେଳ ପ୍ରଦର୍ଶନ ଓ ଦଳହରା ଅବସରରେ ସିନେମାଛକଠାରେ ପାରମ୍ପାରିକ ଆଖଡା ପ୍ରଦର୍ଶନ ଓ ସଲାମୀ କାର୍ଯ୍ୟକ୍ରମକୁ ସୁଚାରୁରୂପେ ସମ୍ପାଦନ କରିବା ପାଇଁ ଉପସ୍ଥିତ ସମସ୍ତ ଆଖଡା ଦଳର କାର୍ମକର୍ତ୍ତା ଓ ସର୍ଦ୍ଦାର ତଥା ଖେଳାଳୀମାନଙ୍କର ସହଯୋଗ କାମନା କରାଯାଇଥିଲା । ପୂର୍ବ ବର୍ଷ ଭଳି ଜିଲ୍ଲା ପ୍ରଶାସନ ଓ ପୁଲିସ ପ୍ରଶାସନର ସହଯୋଗରେ ସମସ୍ତ କାର୍ଯ୍ୟକ୍ରମ ସୁଚାରୁରୂପେ ସମ୍ପାଦିତ ହୋଇଥିବାରୁ ସମସ୍ତ ଆଖଡା ଦଳଙ୍କୁ ଧନ୍ୟବାଦ ପ୍ରଦାନ କରାଯାଇଥିଲା । ପ୍ରତ୍ୟକ ବର୍ଷ ଭଳି ଆଖଡା ସଭାର ବାର୍ଷିକ ଉତ୍ସବ ମାକଲପୁର ମହାବୀର ମନ୍ଦିରରେ ଆଖଡା ପ୍ରତିଯୋଗିତା ଓ ପୁରସ୍କାର ବିତରଣ ଉତ୍ସବ ପ୍ରସ୍ତୁତି ପାଇଁ ସମସ୍ତ ଆଖଡା ଦଳଙ୍କୁ ନିବେଦନ କରାଯାଇଥିଲା । ପୂର୍ବ ବର୍ଷର ସମସ୍ତ କାର୍ଯ୍ୟକ୍ରମ ଓ ଆୟ-ବ୍ୟୟ ବିଷୟରେ ଆଲୋଚନା କରାଯାଇଥିଲା । ବାଲେଶ୍ୱରରେ ମହାବୀର ଆଖଡା ସଂଘର ପରମ୍ପରା ୧୯୨୫ ମସିହାଠାରୁ ଭାରତବର୍ଷର ସ୍ୱାଧୀନତା ସଂଗ୍ରାମର ଐତିହ୍ୟ ରକ୍ଷା କରିଆସିଥିବାରୁ ସମସ୍ତ ବାଲେଶ୍ୱର ଜନସାଧାରଣଙ୍କ ସହଯୋଗ କାମନା କରାଯାଇଥିଲା । ଏହି ସଭାକୁ ସାଧାରଣ ସମ୍ପାଦକ ମନୋଜ କୁମାର ଦାସ ପରିଚାଳନା କରିଥିଲେ । ଏଥିରେ ଉପସଭାପତି ପଦ୍ମଲୋଚନ ଲେଙ୍କା, ମନୋଜ କୁମାର ରାଉତ, ଅରୁଣ କୁମାର ଚାଟାର୍ଜୀ, ସହକାରୀ ସାଧାରଣ ସମ୍ପାଦକ ସନାତନ ଦାସ, ଯୁଗ୍ମ ସମ୍ପାଦକ ରାମେଶ୍ୱର ବେହେରା, ଲମ୍ବୋଦର ବେହେରା, ସହକାରୀ ସମ୍ପାଦକ ପୀତାମ୍ବର ମାଝୀ, ଦେବେନ୍ଦ୍ର ଦାସ, ବିଜୟ କୁମାର ପଲାଇ, କୋଷାଧ୍ୟକ୍ଷ ରଜେନ୍ଦ୍ର ଚାଟାର୍ଜୀ ଏବଂ କୃଷ୍ଣକର ନାୟକ, ହେମନ୍ତ କୁମାର ମାସନ୍ତ, ଦିଲ୍ଲୀପ ଭୂୟାଁ, ହେମନ୍ତ କୁମାର ଚଣ୍ଡ, ରାଜକିଶୋର ଦାସ, ରବିନ୍ଦ୍ର, ପ୍ରଶାନ୍ତ କୁମାର ବେହେରା, ପ୍ରକାଶ କୁମାର ବେହେରା, ସଞ୍ଜୟ କୁମାର ସିଂ, ଜୟନ୍ତ ନାୟକ, ଗଙ୍ଗାଧର ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।