ମହାବୀର ଫୁଟବଲ୍ ପ୍ରତିଯୋଗିତା ଉଦଘାଟିତ

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ବ୍ଲକ ସିପାଞ୍ଜିର୍ ଠାରେ ମହାବୀର ଫୁଟବଲ୍ ପ୍ରତିଯୋଗିତା ଉଦଘାଟିତ ହୋଇଯାଇଛି l ପ୍ରଥମ ତଥା ଉଦଘାଟନ ମ୍ୟାଚରେ ମୁଖ୍ୟ ଅତିଥି ବାଲିଗୁଡ଼ା ବିଧାୟକ ଚକ୍ରମଣି କହଁର ଯୋଗ ଦେଇ ପ୍ରଦୀପ ପ୍ରଜ୍ଜଳନ କରି ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିବା ବେଳେ ସମ୍ମାନିତ ଅତିଥି ଭାବେ ବାଲିଗୁଡ଼ା ପୂର୍ବତନ ଏନ୍ ଏସି ଅଧକ୍ଷ ତଥା ବାଲିଗୁଡ଼ା ନଗର ସାଂସଦ ପ୍ରତିନିଧି ଲୋକନାଥ ପାଢ଼ୀ, ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ବାମଦେବ ମଲିକ, ବୁଡ୍ରୁକିଆ ସରପଞ୍ଚ କାର୍ତ୍ତିକ ମଲିକ, ପ୍ରମୁଖ ଯୋଗ ଦେଇଥିଲେ।ଅତିଥି ମାନଙ୍କ ଦ୍ୱାରା ଖେଳାଳି ମାନଙ୍କ ପରିଚୟ ହୋଇଥିଲା l ଏହାପରେ ବିଧାୟକଙ୍କ ଦ୍ଵାରା ଫୁଟବଲ ମ୍ୟାଚ ର ଶୁଭାରମ୍ଭ ହୋଇଥିଲା । ପ୍ରଥମ ମ୍ୟାଚ ଜି.ଉଦୟଗିରି ଓ ଫିରିଙ୍ଗିଆ ବ୍ଲକ ର କରେକାମ୍ବା ସହିତ ହୋଇଥିଲା । ଏହି ଟୁର୍ଣ୍ଣ|ମେଣ୍ଟ ରେ ମୋଟ ୧୬ ଟି ଟିମ୍ ଭାଗ ନେଉଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ