ମହାବୀର ମନ୍ଦିରରେ ମାସିକ ପରାୟଣ ଅନୁଷ୍ଠିତ

ଛତ୍ରପୁର, (ଦେବଦତ୍ତ ମହାରଣା) : ଛତ୍ରପୁର ରେଳ ଷ୍ଟେସନ ନିକଟସ୍ଥ  ମହାବୀର ନଗର ର ମହାବୀର ସଙ୍କଟ ମୋଚନ ହନୁମାନ ମନ୍ଦିର ରେ ମଙ୍ଗଳବାର ମାସିକ  ପାରାୟଣ  ଯଥା ସୁନ୍ଦରାକାଣ୍ଡ ପରାୟଣ ଓ ନବାହ୍ନ ପାରାୟଣ ବିଧିବଦ୍ଧ ଭାବେ ଅନୁଷ୍ଠିତ ହୋଇ ସମ୍ପନ୍ନ ହୋଇଯାଇଛି । ଛତ୍ରପୁର ସହରର ଆଧ୍ୟାତ୍ମିକ ଚେତନା,ଭାବନା ଧର୍ମୀ ଶତାଧିକ ଭକ୍ତଜନ ଙ୍କ ଦ୍ୱାରା ଏହି  ପାରାୟଣ କାର୍ଯ୍ୟ-ପରମ୍ପରା କ୍ରମେ ପରିଚାଳିତ ହୋଇଥିଲା । ଗୋସ୍ୱାମୀ ମଲେଶ୍ୱର ଜୀ ଙ୍କ ସମ୍ପାଦନାରେ ଏବଂ  ସି.ଏଚ.ଦୟାନନ୍ଦ ରେଡ୍ଡୀ ଙ୍କ ନେତୃତ୍ତ୍ୱରେ ଏହି ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ସମ୍ପାଦନା ହୋଇଅଛି ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ