ମହାବୀର ମୋଟର୍ସ ତରଫରୁ ସ୍ବେଛାକୃତ ରକ୍ତଦାନ ଶିବିର ଆୟୋଜିତ 

 ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଜି.ଉଦୟଗିରି ସ୍ଥିତ ମହାବୀର ମୋଟର୍ସ  ପକ୍ଷରୁ ବ୍ୟବସାୟୀ ସଂଘ ସଭାଗୃହ ଠାରେ  ଅନୁଷ୍ଠିତ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିରରେ ମୋଟ ୩୨ଜଣ ସ୍ବେଚ୍ଛାକୃତ ରକ୍ତଦାନ କରିଛନ୍ତି । ଏସ୍‌ଡ଼ିପିଓ ଡି. ତିରୁପତିରାଓ ପଟ୍ଟନାୟକ, ଥାନାଧିକାରୀ ନରେଶ କୁମାର ସାହୁ, ପୂର୍ବତନ ଏନ୍ଏ‌ସି ଉପାଧ୍ୟକ୍ଷା ଭାନୁପ୍ରଭା ମିଶ୍ର, ବ୍ଲକ ଛାତ୍ର ବିଜେଡି ସଭାପତି ଛୋଟନ ନାୟକ, ଏନ୍ଏ‌ସି ଛାତ୍ର ବିଜେଡି ସଭାପତି ଅମିତ ପ୍ରଧାନ, କାଳୁ ଚରଣ ପଣ୍ଡା, ଚତୁର୍ଭୁଜ ସାହୁ ଓ ଅନ୍ତରଙ୍ଗ ସଦସ୍ୟ ହୃଷିକେଶ ପ୍ରଧାନ ଉପସ୍ଥିତ ରହି ଶିବିରର ଶୁଭ ଉଦ୍‌ଘାଟନ କରିଥିଲେ । ପ୍ରଥମେ ଭାନୁପ୍ରଭା ମିଶ୍ର, ଅମିତ ପ୍ରଧାନ, ଶଙ୍କର ମଲିକ ରକ୍ତଦାନ ଆରମ୍ଭ କରିଥିଲେ। ସମ୍ବାଦ ପ୍ରତିନିଧି ସମିର କୁମାର ପାଢ଼ୀଙ୍କ ନେତୃତ୍ୱରେ ଅନୁଷ୍ଠିତ ଶିବିରରେ ହୃଷିକେଶ ପ୍ରଧାନ, ଚନ୍ଦନ ପାଣିଗ୍ରାହୀ, ଗୋରେଖ ପ୍ରଧାନ, ସଞ୍ଜୟ କୁମାର ସୁବୁଦ୍ଧି, ନାରାୟଣ ନାୟକ, ଚନ୍ଦ୍ରଶେଖର ପ୍ରଧାନ, ଭଗବାନ ଦାଶ, ଦୀପକ ସାହୁ, କପିଳାଶ ସାହୁ, ନାରାୟଣ ମହାରଣା, ସ୍ବର୍ଣ୍ଣଲତା ପ୍ରଧାନ, ମହାବୀର ମୋଟରର୍ସର ପ୍ରୋପ୍ରାଇଟର ସସ୍ମିତା ସାହୁ ଏବଂ ତାଙ୍କ ପୁଅ ଓମ ପ୍ରସାଦ ସାହୁ, ସ୍ୱାତିକ ପ୍ରସାଦ ସାହୁ, ଅଶୋକ ସାହୁ, ଅଭିଷେକ ନାୟକ, କୀର୍ତ୍ତି କୁମାର ନାୟକ, ଚନ୍ଦ୍ରକାନ୍ତ ପ୍ରଧାନ, ବିଦ୍ୟାଧର ସାହୁ, ମାନସ ରଞ୍ଜନ ଦାଶ, ରାଜେନ୍ଦ୍ର ମହାପାତ୍ର, ସୁଦାମ ମୁଳି, ରଘୁନାଥ ସାହୁ, ଟି ଶ୍ରୀନାରାୟଣ ପାତ୍ର, ଟି .ଓମ ନାରାୟଣ ପାତ୍ର, ଅଜିତ କୁମାର ସାହୁ, ରାଜେଶ କୁମାର ବଗର୍ତ୍ତି, ସମିର କୁମାର ପାଢୀ ଏବଂ ବ୍ରହ୍ମା ମହାରଣା ରକ୍ତଦାନ କରିଥିଲେ ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ