ମହାମାୟୀ କଲେଜ ରେ ଟ୍ରାଫିକ ସଚେତନତା ଶିବିର

(ଯୁଗାବ୍ଦ ନ୍ୟୁଜ) ବ୍ରହ୍ମପୁର ସ୍ଥିତ ମହାମାୟୀ ମହିଳା ମହାବିଦ୍ୟାଳୟ ପରିସରରେ ଶୁକ୍ରୁବାର ଏକ ଯାନବାହାନ ସର୍ତ୍ତ ଓ ସୁରକ୍ଷା ସଚେତନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କଲେଜ ଏନଏସଏସ ତରଫରୁ ଆୟୋଜିତ ଏହି ସଚେତନା ଶିବିରରେ କଲେଜ ଅଧ୍ୟକ୍ଷ ଡଃ କୃଷ୍ଣପ୍ରସାଦ ମହାପାତ୍ର ପୈାରହିତ୍ୟ କରିଥିବା ବେଳେ ଏସଡିପିଓ ଶ୍ରୀ ବିଷ୍ଣୁ ପ୍ରାସାଦ ପତି , ଏସ ଆଇ ଜୟଶ୍ରୀ ସାହୁ, ଏସ ଆଇ ଜ୍ଞାନ ରଞ୍ଜନ ବେହେରା ପ୍ରଭୃତି ଯୋଗ ଦେଇ ମୋଟର ଭାଇକେଲ ଆକ୍ଟ ଉପରେ ଛାତ୍ରୀ ମାନଙ୍କୁ ସଚେତନା କରିଥିଲେ । ବ୍ରିଜର ଆନାଲିସିସ ଏବଂ ସ୍ପିଡୋ ମିଟର ମସିନ ଦ୍ୱାରା ଡେମୋ ଦେଖାଇଥିଲେ । ଏନଏସଏସ ତରଫରୁ ଗଞ୍ଜାମ ପ୍ରୋଗ୍ରାମ ଅଫିସର ସ୍ୱର୍ଣ୍ଣଲତା ପଟ୍ଟନାୟକ ,କଲେଜ ପ୍ରୋଗ୍ରାମ ଅ୍ୟଫିସର ସମିତା ସାହୁ ଓ ସୁନିତା ଜେନା ପ୍ରଭୃତି ଏହି କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ । ପ୍ରାୟ ୨୦୦ ଛାତ୍ରୀ ଏହି କାର୍ଯ୍ୟକ୍ରମ ରେ ଉପକୃତ ହୋଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ