ମହାରାଜାଙ୍କ ବାଳକ ଉଚ୍ଚ ବିଦ୍ୟାଳୟରେ ଛାତ୍ରାବାସ ଓ ଖେଳପଡିଆ ସମସ୍ୟା

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଥିବା ବହୁ ପୁରାତନ ମହାରାଜାଙ୍କ ବାଳକ ବିଦ୍ୟାଳୟ ରାଜ୍ୟର ଏକ ଆଦର୍ଶ ବିଦ୍ୟାଳୟ ହୋଇଥିବାରୁ ସରକାର ଏହାକୁ ସ୍ମାର୍ଟ ସ୍କୁଲ ରୂପେ ମାନ୍ୟତା ଦେଇଥିବା ଏକ ସ୍ୱାଗତ ଯୋଗ ପଦକ୍ଷେପ । ଏହା ସହ କିଛି ଉଚ୍ଚ ଅଧିକାରୀ ଏହି ବିଦ୍ୟାଳୟକୁ ପୋଷ୍ୟ ବିଦ୍ୟାଳୟ ରୂପେ ଗ୍ରହଣ କରିଛନ୍ତି । ଏହି ସବୁ ମାନ୍ୟତା ଥିଲେ ମଧ୍ୟ ବିଦ୍ୟାଳୟର ଛାତ୍ରାବାସ ଓ ଖେଳପଡିଆ ସମସ୍ୟା ରହିଅଛି । ଯଦ୍ୱାରା ପିଲାମାନେ ରହିବାକୁ ସ୍ଥାନାଭାବ ସହ ଖେଳ କୁଦରୁ ବଞ୍ôଚତ ହେଉଛନ୍ତି । ପ୍ରକାଶ ଥାଉକି ବିଦ୍ୟାଳୟର ଦୁଇଟି ଛାତ୍ରାବପାସ ଓ ଖେଳ ପଡିଆ ଥିଲେ ମଧ୍ୟ ଏହା ଅନ୍ୟତ୍ର ବ୍ୟବହାର ବା ବିନିଯୋଗ ହେଉଛି । ଦୀର୍ଘ ବର୍ଷ ଧରି ଛାତ୍ରାବାସ-୧ରେ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ଚାଲୁ ରହିଥିଲା । ତେବେ ଜିଲ୍ଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ କେଇ ମାସ ହେଲା ବେତାଗୁଡାସ୍ଥ ନିଜସ୍ୱ କୋଠାକୁ ଗୃହକୁ ସ୍ଥାନାନ୍ତର ହୋଇସାରିଥିଲେ ମଧ୍ୟ ଏହା ଏବେ ଭୂତକୋଠୀ ପାଲଟିଅଛି । ସେହିପରି ସର୍ବଶିକ୍ଷା ଅଭିଯାନ କାର୍ଯ୍ୟାଳୟ ପରିସରେ ଛାତ୍ରାବାସ-୨ ରହିଛି । କିନ୍ତୁ ଏହାର ରକ୍ଷଣା ବେକ୍ଷଣ ଠିକ୍ ଭାବେ ନଥିବାରୁ ସେଠାରେ କେହି ରହି ବାପାଇଁ କେହି ପସନ୍ଦ କରୁ ନାହାନ୍ତି । ଏହା ସହିତ ଏହି ଛାତ୍ରାବାସ ନିକଟରେ ଖେଳପଡିଆ ରହିଥିଲେ ମଧ୍ୟ ଏଥି ପ୍ରତି ଶିକ୍ଷା ବିଭାଗର କୌଣସି ଦୃଷ୍ଟି ପଦକ୍ଷେପ ନଥିବାରୁ ଏହି ପଡିଆଟି ସମ୍ପୂର୍ଣ୍ଣ ଖାଲଖମା ଅବସ୍ଥାରେ ରହିଥିବାରୁ ସମସ୍ତ ଖେଳ କାର୍ଯ୍ୟ ସବୁ ଛାତ୍ରମାନଙ୍କୁ ଅନ୍ୟତ୍ରକୁ ନେଇ ଯାଉଥିବାର ଜଣାପଡିଛି । ଅପରପକ୍ଷରେ ସରକାର ପିଲାମାନଙ୍କ ପାଠ ପଢିବାପାଇଁ ସମସ୍ତ ସୁବିଧା ଯେଗାଇ ଦେଉଥିବାର ବାହସ୍ପଟ ମାରୁ ଥିବା ବେଳେ ଗଜପତି ଜିଲ୍ଲାର ମୁଖ୍ୟ ସହର ପାରଳାଖେମୁଣ୍ଡି ଠାରେ ରହିଥିବା ୧୫୦ବର୍ଷରୁ ଉର୍ଦ୍ଧ ପୁରାତନ ବିଦ୍ୟାଳୟର ଅବସ୍ଥା ଏପରି ତାହା ସାଧାରଣରେ ଚିନ୍ତା କରି ହେଉଛି । କିଛି ଦିନ ତଳେ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ରାଜ୍ୟ ଶିକ୍ଷାମନ୍ତ୍ରୀ ସମୀର ଦାସ ଯୋଗ ଦେଇ ବିଭିନ୍ନ କାର୍ଯ୍ୟ ସମ୍ପର୍କରେ ଅନୁସନ୍ଧାନ କରି ଫେରିଯାଇଥିଲେ ମଧ୍ୟ ଏହି ସମସ୍ୟା ସମ୍ପର୍କରେ ଗୁରୁତ ଦେଇନଥିବାର ସାଧାରଣରେ ଚର୍ଚ୍ଚା ହେବା ସହ ବହୁ ଅବିଭାବକ ମାନଙ୍କ ପକ୍ଷରୁ ଅଭିଯୋଗ ଆସିଛି । ଜିଲ୍ଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ସହ ସର୍ବ ଶିକ୍ଷା ଅଭିଯାନ କାର୍ଯ୍ୟାଳୟ ମିଶ୍ରଣ ହେବାକୁ ଥିବା ବେଳେ ଜିଲ୍ଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ନିଜସ୍ୱ ନୂତନ କୋଠାକୁ ସ୍ଥାନାନ୍ତରିତ ହୋଇ ଥିଲେ ମଧ୍ୟ ଛାତ୍ରାବାସ ଦୁଇଟି ଓ ଖେଳପଡିଆକୁ ଖାଲି ନକରିବା ଶିକ୍ଷାବିତ୍ ମାନଙ୍କ ମନରେ ସନ୍ଦେହ ସୃଷ୍ଟି ହେଉଛି । ତୁରନ୍ତ ବିଭାଗୀୟ ଉଚ୍ଚ ଅଧିକାରୀ ଓ ଜିଲ୍ଲା ପ୍ରଶାସନ ଏଥି ପ୍ରତି ଉପଯୁକ୍ତ ପଦକ୍ଷେପ ନେଲେ ଶିକ୍ଷାର୍ଥୀମାନେ ବହୁ ସଂଖ୍ୟାରେ ଉପକୃତ ହୋଇପାରିବେ ବୋଲି ବିଦ୍ୟାଳୟର ପୁରାତନ ଛାତ୍ର ସଂଗଠନ ତରଫରୁ ଦୃଢ ଦାବି ହୋଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ