ମହାରାଜା ବୈକୁଣ୍ଠ ନାଥ ଦେବଙ୍କ ସ୍ମୃତିରେ ରକ୍ତଦାନ
ବାଲେଶ୍ୱର, (ସରୋଜ ପଣ୍ଡା):ପ୍ରତିବର୍ଷ ଭଳି ମହାରାଜା ବୈକୁଣ୍ଠ ନାଥ ଦେବଙ୍କ ସ୍ମୃତ ଏକ ସ୍ୱେଚ୍ଛାକୃତ ମେଗା ରକ୍ତଦାନ ଶିବିର ମାଣିଖମ୍ଭସ୍ଥିତ ରାଜବାଟୀ ଛକଠାରେ ଆଜି ଅନୁଷ୍ଠିତ ହୋଇଯାଇଛି । ମହାରାଜା ବୈକୁଣ୍ଠ ନାଥ ଦେବ ସ୍ମୃତି ସଂସଦ ପକ୍ଷରୁ ଆୟୋଜିତ ଶିବିରକୁ ପୌରାଧ୍ୟକ୍ଷା ସବିତା ସାହୁ ଉଦ୍ଘାଟନ କରିଥିଲେ । ପ୍ରଜାଙ୍କ ହିତ ସାଙ୍ଗକୁ ସ୍ଥାନୀୟ ଅଞ୍ଚଳ ଉନ୍ନତିକୁ ଗୁରୁତ୍ୱ ଦେଇ ଆସିଥିବା ମହରାଜାଙ୍କ ଆଦର୍ଶକୁ ବଜାୟ ରଖି ସ୍ମୃତି ସଂସଦର ରକ୍ତଦାନ ଭଳି ସେବାକାର୍ଯ୍ୟ ଅନ୍ୟମାନଙ୍କ ପାଇଁ ଉଦାହରଣ ହୋଇଛି ବୋଲି ସେ କହିଥିଲେ । କାଉନସିଲର ରଞ୍ଜିତା ମହାପାତ୍ର, ଯୁବନେତା ଗୌରାଙ୍ଗ ଦାସ, କବିତା ପଣ୍ଡା, ଆଶ୍ରିତା ତରେଇ, ଅମିତା ଚାନ୍ଦ, ସବିତା ମହାନ୍ତି, ସୁଶାନ୍ତ ରଣା, ଛବିରାଣୀ ମନ୍ତ୍ରୀ, ବରିଷ୍ଠ ସାମ୍ବାଦିକ ବିପ୍ଳବ କୁମାର ମହାନ୍ତି ପ୍ରମୁଖ ଏଥିରେ ଯୋଗ ଦେଇଥିଲେ । ସ୍ମୃତି ସଂସଦର ସଭାପତି ସମାଜସେବୀ ସୁଜିତ ଦେବ ଶିବିର ଉଦ୍ଘାଟନୀ କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥିଲେ । ପୂର୍ବତନ ପୌର ଉପାଧ୍ୟକ୍ଷା ରଶ୍ମିରେଖା ଦେବଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ଶିବିରକୁ ସମ୍ପାଦକ ସରୋଜ କାନ୍ତ ରଣା, ଶମ୍ଭୁ କର, ସୁଦର୍ଶନ ମାଝୀ, ପଙ୍କଜ ଦତ୍ତ, ରବୀନ୍ଦ୍ର ମାଝୀ, ଭଞ୍ଜକିଶୋର ରଣା, ଦୀପକ କୁମାର କର, ଲକ୍ଷ୍ମୀଧର ପଣ୍ଡା, ଗୋବିନ୍ଦ ଚନ୍ଦ୍ର ଦ୍ୱିବେଦୀ ପ୍ରମୁଖ ସ୍ମୃତି ସଂସଦର କର୍ମକର୍ତ୍ତା ଓ ସଦସ୍ୟମାନେ ପରିଚାଳନା କରିଥିଲେ । ଜିଲ୍ଲା ରକ୍ତଭଣ୍ଡାର କର୍ମଚାରୀମାନେ ରକ୍ତ ସଂଗ୍ରହ କାର୍ଯ୍ୟ ସମ୍ପାଦନ କରିଥିଲେ । ଶିବିର ଶେଷସୁଦ୍ଧା ଶହେରୁ ଊର୍ଦ୍ଧ୍ୱ ୟୁନିଟ୍ ରକ୍ତ ସଂଗୃହୀତ ହୋଇଥିଲା ।