ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ବିଜେପି-ଶିବସେନା ଆସନ ବୁଝାମଣା ଚୂଡ଼ାନ୍ତ

ନୂଆଦିଲ୍ଲୀ(ଏଜେନ୍ସି): ୨ଠ୧୪ ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ପୃଥକ୍ ପୃଥକ୍ ଭାବେ ଲଢ଼ିଥିବା ବିଜେପି ଓ ଶିବସେନା ୨ଠ୧୯ରେ କିନ୍ତୁ ଏକାଠି ଲଢ଼ିବାକୁ ନିଷ୍ପତ୍ତି ନେଇଛନ୍ତି । ୨୮୮ ଆସନ ବିଶିଷ୍ଟ ମହାରାଷ୍ଟ୍ର ବିଧାନସଭାରେ ଉଭୟ ସମାନ ସଂଖ୍ୟକ ଆସନ ଅର୍ଥାତ୍ ୧୩୫ଟି ଲେଖାଏ ଆସନରେ ପ୍ରାର୍ଥୀ ଦେବେ ବୋଲି ମହାରାଷ୍ଟ୍ରର ବରିଷ୍ଠ କ୍ୟାବିନେଟ୍ ମନ୍ତ୍ରୀ ଚନ୍ଦ୍ରକାନ୍ତ ପାଟିଲ ସୂଚନା ଦେଇଛନ୍ତି । ପାଟିଲଙ୍କ କହିବାନୁସାରେ ବିଜେପି-ଶିବସେନା ଏକାଠି ନିର୍ବାଚନ ଲଢ଼ିବାକୁ ନିଷ୍ପତ୍ତି ହୋଇଥିବା ବେଳେ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାଭିସ୍ ହିଁ ମେଣ୍ଟ ସରକାରରେ ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟ କରିବେ । ବିଜେପି ଓ ଶିବସେନା ୧୩୫ଟି ଲେଖାଏ ଆସନରେ ଲଢ଼ିବେ । ବଳକା ୧୮ଟି ଆସନ ଏହି ଦୁଇ ଦଳ ସହ ମେଣ୍ଟ କରିବାକୁ ଥିବା ଛୋଟ ଛୋଟ ଦଳଙ୍କୁ ଦିଆଯିବ । ପାଟିଲ କହିଛନ୍ତି ଯେ, ବର୍ତ୍ତମାନ ଆମ ପାଖରେ ୧୨୨ଜଣ ବିଧାୟକ ଥିବା ବେଳେ ବିଜେପି ସରକାରଙ୍କୁ ୮ ଜଣ ସ୍ୱାଧୀନ ବିଧାୟକ ସମର୍ଥନ କରୁଛନ୍ତି । ଶିବସେନା ପାଖରେ ୬୩ଜଣ ବିଧାୟକ ଅଛନ୍ତି । ଇତିମଧ୍ୟରେ ଆଗାମୀ ନିର୍ବାଚନରେ ବିଜେପି ଓ ଶିବସେନା ଏକାଠି ଲଢ଼ିବେ ବୋଲି ଅମିତ୍ ଶାହାଙ୍କ ଠାରୁ ଫଡ଼ନାଭିସ୍ଙ୍କୁ ଅନୁମତି ମିଳିସାରିଥିବା ସମ୍ପର୍କରେ ମଧ୍ୟ ସୂଚନା ମିଳିଛି । ପ୍ରକାଶ ଯେ, ୨ଠ୧୯ ସାଧାରଣ ନିର୍ବାଚନରେ ବିଜେପି ଓ ଶିବସେନା ଏକାଠି ଲଢ଼ିଥିବା ବେଳେ ଭଲ ଫଳାଫଳ ଦେଖିବାକୁ ମିଳିଛି । ଆଗାମୀ ନିର୍ବାଚନ ଏକଜୁଟ୍ ହୋଇ ଲଢ଼ିବା ପଛରେ ଏହା ହିଁ ମୁଖ୍ୟ କାରଣ ବୋଲି କୁହାଯାଉଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ