ମହାଶକ୍ତି ବଣିକ ସଂଘ ପକ୍ଷରୁ ସାଂସ୍କୃତିକ ଏବଂ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ

ଛତ୍ରପୁର (ଯୁଗାବ୍ଦ ୍ନ୍ୟୁଜ୍) : ପବିତ୍ର ହେରାପଞ୍ଚମୀ ଅବସରରେ ଛତ୍ରପୁର ମଝିବଜାର ମହାଶକ୍ତି ବଣିକ ସଂଘ ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ ଏବଂ ସମ୍ବର୍ଦ୍ଧନା ଉତ୍ସବ ସଂଘର ସଭାପତି କିଶୋର ଚନ୍ଦ୍ର ସେନାପତିଙ୍କ ପୈାରହିତ୍ୟରେ ମହାଆଡମ୍ବର ସହକାରେ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥୀ ଛତ୍ରପୁରର ମହାରଜା କୈଳାଶ ଚନ୍ଦ୍ର ଦେଓ ଯୋଗଦେଇ କାର୍ଯ୍ୟକ୍ରମ କୁ ଉଦଘାଟନ କରିବା ସହ ସଂଘ ପକ୍ଷରୁ କ୍ରମାଗତ ଏପରି କାର୍ଯ୍ୟକ୍ରମ କରୁଥିବା ରୁ ସେ ଭୂୟସୀପ୍ରଶଂସା କରିଥିଲେ । ଛତ୍ରପୁର ଏକ ଐତିହାସିକ ମାଟି । ଏହ ସହରରେ ରଥ ଯାତ୍ରା ଠାରୁ ଆରମ୍ଭ କରି ରାମାୟଣମ୍ମା ଠାକୁରାଣୀ ଯାତ୍ରା ଏବଂ ବିଭିନ୍ନ ପୂଜାପର୍ବରେ ପରିପୂର୍ଣ୍ଣ । ଆଜି ପବିତ୍ର ହେରାପଞ୍ଚମୀ ରେ ବହୁ ଭକ୍ତ ଜନସମାଗମ ହୋଇଥିବାରୁ ସେମାନଙ୍କୁ ଶୁଭେଚ୍ଛା ଜଣାଇଥିଲେ । ସମ୍ମନୀୟ ଅତିଥୀ ଭାବେ ଛତ୍ରପୁର ବ୍ଲକ ଅଧ୍ୟକ୍ଷ ଏମ୍.ଧନଜଂୟ ରେଡ୍ଡୀ, ଛତ୍ରପୁର ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଗିରିଜା ଶଙ୍କର ମଲ୍ଲିକ , ତାଡେପଲ୍ଲୀ ଶ୍ରୀଜଗନ୍ନାଥ ମନ୍ଦି ପରଚାଳନା କମିଟି ର ସଭାପତି ଆଦିକନ୍ଦ ପାଣିଗ୍ରାହୀ ନିଜ ନିଜ ବକ୍ତବ୍ୟ ରଖିଥିଲେ । ସଂଘ ପକ୍ଷୁ ଉପରୋକ୍ତ ଅତିଥୀ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲ।। ଏହି ଅବସରରେ ଉପସ୍ଥିତ ଜନସାଧାରଣ ଏବଂ ଭକ୍ତ ମାନଙ୍କ ମନରୋଜଂନ ନିମନ୍ତେ ଛତ୍ରପୁର କଳା ବିକଶା କେନ୍ଦ୍ର ଛାତ୍ରଛତ୍ରୀ ମାନଙ୍କ ଦ୍ୱାରା ଗୁରୁ ଅଳକା ସାହୁଙ୍କ ନେତୃତ୍ୱ ସାଂସକୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲ।। ଏହା ଛତ୍ରପୁର ସହରର ଅନ୍ୟାନ୍ୟ ଅନୁଷ୍ଠାନ କଳାକାର ମାନଙ୍କ ଦ୍ୱାରା ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଶେଷରେ ସଂଘ ସଭାପତି ଶ୍ରୀ ସେନାପତି ଧନ୍ୟବାଦ ଅର୍ପଣ କରିଥିଲେ । ସଂଘ ପକ୍ଷରୁ ସାଂସ୍କୃତିକ ଏବଂ ଜନହିତକାର କାର୍ଯ୍ୟକରାଯାଉଥିବାରୁ ଛତ୍ରପୁର ଜନସାଧାରଣ ପକ୍ଷରୁ ଧନ୍ୟବାଦ ପ୍ରଦାନ କରାଯାଇଥିଲା । ସମସ୍ତ କାର୍ଯ୍ୟକ୍ରମ ସଂଘର ସମସ୍ତ ସଦସ୍ୟ ସଦସ୍ୟା ମାନେ ପରିଚାଳାନାରେ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ