ମହାଶିବରାତ୍ରି ଉପଲକ୍ଷେ ଶ୍ରୀ କପିଳେଶ୍ୱର ମନ୍ଦିରରେ ନାମଯଜ୍ଞ ଓ ଅନ୍ନଯଜ୍ଞ

ବୁଗୁଡା,(ଯୁଗାବ୍ଦ ନ୍ୟୁଜ୍‌): ବୁଗୁଡା ବ୍ଲକ, ମାଣିତରା ଗ୍ରାମର ଶ୍ରୀ କପିଳେଶ୍ୱର ମନ୍ଦିରରେ ମହାଶିବରାତ୍ରି ଉପଲକ୍ଷେ ଶୁକ୍ରବାର ଦିନ ନାମଯଜ୍ଞ ଓ ଅନ୍ନଯଜ୍ଞ ଅନୁଷ୍ଟିତ ହୋଇଅଛି।ମାଣିତରା, ଘୋଳପୁର ଓ ଭୁକ୍ତାଭୂମୀ ନାମ ସଂକୀର୍ତ୍ତନ ଦଳକୁ ନେଇ ଅଷ୍ଟ ପ୍ରହରୀ ନାମଯଜ୍ଞ ପାଇଁ ଗୁରୁବାର ଦିନ ଅଧିବାସ ହୋଇଥିବା ବେଳେ ଶୁକ୍ରବାର ଦିନ ସକାଳୁ ଅଖଣ୍ଡନାମ ସଂକୀର୍ତ୍ତନ ଆରମ୍ଭ ହୋଇ ଶନିବାର ଦିନ ସକାଳେ ସମାପ୍ତ ହେବ।ଏଥି ସହ ଏହି ଦୁଇ ଦିନରେ ଅନ୍ନଯଜ୍ଞ ହୋଇ ପ୍ରସାଦ ସେବନ କାର‌୍ୟ୍ୟକ୍ରମ ହୋଇଅଛି। ଏହି ଉପଲକ୍ଷେ ରେଡକ୍ରସ ସଂଗଠନର ମାଣିତରା ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଯୁବରେଡ଼କ୍ରସ ପକ୍ଷରୁ ଏକ ଷ୍ଟଲ ଖୋଲାଯାଇ ଜରୁରୀ ସେବା ଯୋଗାଇ ଦିଆଯାଉଛି। ସାନ୍ଧ୍ୟରୁ ଶ୍ରଦ୍ଧାଳୁ ବୃନ୍ଦ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଜାଗର ଉପବାସ ଆରମ୍ଭ କରିବେ। ଗ୍ରାମ୍ୟ କମିଟି ସଭାପତି ମହେଶ୍ୱର ପୋଲେଇ, ସମ୍ପାଦକ ସୁନୀଲ କୁମାର ପ୍ରଧାନ,କୋଷାଧ୍ୟକ୍ଷ ସନକ କୁମାର ବିଶ୍ବାଳ, ଦିବାକର ରାଉତ,ପ୍ରଭାତ କୁମାର ପ୍ରଧାନ, ବଂଶୀଧର ଗୌଡ଼, ପ୍ରେମାନନ୍ଦ ସାମନ୍ତରା ପ୍ରମୁଖଙ୍କ ସମେତ ଗ୍ରାମବାସୀ ବୃନ୍ଦ ସହଯୋଗରେ ଶାନ୍ତି ଶୃଙ୍ଖଳା ସହ କାର‌୍ୟ୍ୟକ୍ରମ ଚାଲୁରହିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ