ମହାଶିବରାତ୍ରି ପାଇଁ ଚଲଚଞ୍ଚଳ ଛତ୍ରପୁର ସହର

ଛତ୍ରପୁର, (ଦେବଦତ୍ତ ମହାରଣା):ପବିତ୍ର ମହାଶିବରାତ୍ରି ଲାଗି ଗଞ୍ଜାମ ଜିଲ୍ଲାର ସଦର ମହାକୁମା ଛତ୍ରପୁର ସହର ଚଳ ଚଞ୍ଚଳ ହୋଇପଡିଛି l ଏହି ଅବସରରେ ଛତ୍ରପୁର ରାଧେଶ୍ୟାମ ଫାଉଣ୍ଡେସନ ଆଣ୍ଡ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଟ୍ରଷ୍ଟ ର ସଭାପତି ତଥା 10ନଂ ୱାର୍ଡ କାଉନସିଲର ଦେବାଶିଷ ମିଶ୍ର ଙ୍କ ପୌରାହିତରେ ପୋଷ୍ଟ ଅଫିସ ରୋଡ଼ ନିକଟରେ ଏକ ପଣା ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଟ୍ରଷ୍ଟ ର ଉପସଭାପତି ଅଟଳ ବିହାରୀ ପଟ୍ଟନାୟକ, ସମ୍ପାଦିକା ଝିଲି ଵାଳା ରାଉତ, ଯୁଗ୍ମ ସମ୍ପାଦିକା ଗୀତା ସାହୁ, ଛତ୍ରପୁର ଏନଏସି ଉପାଧ୍ୟାକ୍ଷ ଜି. ପାପା ରାଓ, କାଉନସିଲର ପ୍ରୀତିଛନ୍ଦା ସାମଲ, ପୂର୍ବତନ ଏନଏସି ଉପାଧ୍ୟକ୍ଷ ପ୍ରଦୋଷ କୁମାର ବେହେରା, ଛତ୍ରପୁର ନଗର ବିଜେଡି ସଭାପତି ବି. ରାଜୁବାବୁ, ଯୁବ ନେତା କାହ୍ନୁ ଚରଣ ବେହେରା, ନିରଞ୍ଜନ ରାଉଳଙ୍କ ସମେତ ବହୁ ଯୁବକ ମାନେ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇ ଭକ୍ତ ଏବଂସ୍ଥାନୀୟ ଜନସାଧାରଣଙ୍କୁ ପଣା ବଣ୍ଟନ କରିଥିଲେ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ