ପ୍ରଜାପିତା ବ୍ରହ୍ମାକୁମାରୀ ସଂସ୍ଥା ପକ୍ଷରୁ ମହା ଶିବରାତ୍ରି ପାଳିତ

ଛତ୍ରପୁର, (ଦେବଦତ୍ତ ମହାରଣା):ସ୍ଥାନୀୟ ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ସଂସ୍ଥା ପରିସରରେ ମହାଶିବରାତ୍ରି ଆଡମ୍ଭର ସହକାରେ ପାଳନ କରାଯାଇଛି l ସଂସ୍ଥାର ସଂଚାଳିକା ରାଜଯୋଗିନୀ ବିଜୟଲକ୍ଷ୍ମୀ ଙ୍କ ପୌରହିତ୍ୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଛତ୍ରପୁର ଉପଜିଲ୍ଲାପାଳ ପ୍ରସନ୍ନ କୁମାର ପାତ୍ର ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଛତ୍ରପୁର ପ୍ରେସ କ୍ଳବର ସଭାପତି ପ୍ରଶାନ୍ତ କୁମାର ମହାରଣା, ଅଭିରାମ ପରମ ହଂସ ଶାନ୍ତି ଆନନ୍ଦ ଆଶ୍ରମର ମୁଖ୍ୟ ସଂଚାଳିକ ବାବାଜୀ ଶ୍ରୀ ରସାନନ୍ଦ ଦାଶ, ବି କେ ସୂର୍ଯ୍ୟ ସାହୁ ପ୍ରମୁଖ ଯୋଗ ଦେଇ ଶିବ ଙ୍କ ଗୁଣ ଗାନ କରିଥିଲେ l ଏହାସହିତ ଆଜିର ଦିବସ ଉପରେ ଅତିଥି ମାନେ କହିବା ସହିତ ସଂସ୍ଥାର ବିଭିନ୍ନ ଜନହିତକାରୀ କାର୍ଯ୍ୟକ୍ରମ କୁ ପ୍ରଶଂସା କରିଥିଲେ l କାର୍ଯ୍ୟକ୍ରମ କୁ ବ୍ରହ୍ମକୁମାରୀ ପିଙ୍କି ସଂଯୋଜନା କରିଥିବା ବେଳେ ପ୍ରାରମ୍ଭ ରେ ଅନୁଷ୍ଠାନ ର ଜଣେ ଭଉଣୀ ସଂଗୀତ ଗାନ କରିଥିଲେ l ଶେଷରେ ଅତିଥି ମାନଙ୍କ ଦ୍ୱାରା ଓଁ ଶାନ୍ତି ପତାକା ଉତ୍ତୋଳନ କରାଯିବା ସହିତ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ