ମହା ବିଷୁବ ମେଳା ପୀଠ ଚଳ ଚଞ୍ଚଳ
ବନ୍ତ,(ଚାନ୍ଦିନୀ ମହାନ୍ତି) : ବନ୍ତ ବ୍ଲକ ଟିଲୋସ୍ଥିତ ମା’ଗଡଚଣ୍ଡୀଙ୍କ ପୀଠରେ ମହା ବିଷୁବ ମେଳା ଚଳିତ ବର୍ଷ ବହୁ ଆଡମ୍ବର ସହକାରେ ଅନୁଷ୍ଠିତ ହେଉଅଛି । ଏହି ପୂଜାରେ ସୁବାଷ ବିଶ୍ୱାଳ ଓ ଅନୁପମା ବିଶ୍ୱାଳ ସଂକଳ୍ପ କରିଥିବା ବେଳେ ପୁସ୍ତାକାଚାର୍ଯ୍ୟ ଗଦାଧର ପଣ୍ଡା, ଆଚାର୍ଯ୍ୟ ମାନସ ମିଶ୍ର ପୂଜା କାର୍ଯ୍ୟ ସମ୍ପାଦନ କରିଛନ୍ତି । ଈଶ୍ୱର ବାରିକ ମା’ଙ୍କ ପୂଜାର୍ଚ୍ଚନା କରୁଛନ୍ତି । ଆନୁମାନିକ ୨ ଶହ ବର୍ଷ ହେବ ଏଠାରେ ମେଳା ଅନୁଷ୍ଠିତ ହୋଇଆସୁଛି । ୧୯୯୨ ମସିହାରେ ମା’ଙ୍କ ମନ୍ଦିର ଉଦ୍ଘାଟନ ହୋଇଥିଲା । ଏଠାରେ ମାନସିକ ପୂରଣ ପାଇଁ ଭଦ୍ରକ ଓ କେଉଁଝର ଜିଲାରୁ ଶହ ଶହ ସଂଖ୍ୟାରେ ଭକ୍ତମାନେ ରୁଣ୍ଡିଭୂତ ହୋଇଥାନ୍ତି । ଏଠାରେ ପାରମ୍ପରିକ ଭାବେ ମାନସିକ ପୂରଣ ପାଇଁ ପ୍ରତିଦ୍ୱନ୍ଦିତା ପୂର୍ଣ୍ଣ ପାଟୁଆ ନାଚ ସଂକ୍ରାନ୍ତୀ ଦିନ ସଂଧ୍ୟାରେ ଅନୁଷ୍ଠିତ ହୋଇ ଭଲ ପ୍ରଦର୍ଶନ କରିଥିବା ଦଳକୁ ପୁରସ୍କୃତ କରାଯାଇଥାଏ । ମେଳା ପରିଚାଳନାରେ କମିଟିର ସଭ୍ୟ ପ୍ରଶାନ୍ତ ରାଉତ, ଦୀପଙ୍କର ସ୍ୱାଇଁ, ପ୍ରିୟଙ୍କର ସ୍ୱାଇଁ, ଗଙ୍ଗାଧର ରାଜ, ତେଜୋମୟ ସାମଲ, ସୁଶାନ୍ତ ଶେଖର ସ୍ୱାଇଁ, କୁନା ରାଜ, ବାଦଲ ସା, ସ୍ମୃତି ରଂଜନ ସେଠୀ, ମଳୟ କୁଆର, କାଳନ୍ଦି ବାରିକ, ପ୍ରମୋଦ ସ୍ୱାଇଁ, ଦୁଃଖନ ବିଶ୍ୱାଳ, ଖଗେଶ୍ୱର ସେଠୀ, ତରୁଣ ଆଲୋକ ରାଉତ ସହଯୋଗ କରୁଛନ୍ତି ।


