ମହା ବିଷୁବ ମେଳା: ମା’ ଗଡଚଣ୍ଡୀଙ୍କ ପୀଠ ଚଳ ଚଞ୍ଚଳ

ବନ୍ତ,(ଯୁଗାଦ୍ଧ ନିଜ୍ୟୁ) : ସମଗ୍ର ଦେଶରେ ହିନ୍ଦୁ ନବ ବର୍ଷ ତଥା ମହା ବିଷୁବ ସଂକ୍ରାନ୍ତି ମହାସମାରୋହରେ ପାଳିତ ହେଉଥିବା ବେଳେ ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ ଟିଲୋସ୍ଥିତ ମା’ଗଡଚଣ୍ଡୀଙ୍କ ପୀଠରେ ମହା ବିଷୁବ ମେଳା ପ୍ରତି ବର୍ଷ ପରି ଚଳିତ ବର୍ଷ ବହୁ ଆଡମ୍ବର ସହକାରେ ଅନୁଷ୍ଠିତ ହେଉଅଛି । ଏହି ପୂଜାରେ ସୁବାଷ ବିଶ୍ୱାଳ ଓ ଅନୁପମା ବିଶ୍ୱାଳ ପୁରୋଧା ଦାୟୀତ୍ୱ ତୁଲାଇଥିବା ବେଳେ ନାରାୟଣ ଦାଶ, ଗଦାଧର ପଣ୍ଡା ପୂଜା କାର୍ଯ୍ୟ ସମ୍ପାଦନ କରିଛନ୍ତି । ସେହିପରି କୀର୍ତ୍ତନ ବିହାରୀ ନାୟକ ଓ ଈଶ୍ୱର ବାରିକ ମା’ଙ୍କ ପୂଜାର୍ଚ୍ଚନା କରୁଛନ୍ତି । ପ୍ରାରମ୍ଭରେ କାୟାଶୁଦ୍ଧି, ସୂର୍ଯ୍ୟ ପୂଜା, ଗୋପୂଜା, ପିତୃମାତୃ ପୂଜା, କଳସ ପୂଜା, ମଣ୍ଡଳ ପୂଜା, ଚଣ୍ଡିପୂଜା, ଉପଚାର ପୂଜା, ସପ୍ତସତୀ ଚଣ୍ଡି ପୂଜା ସହ ପୂର୍ଣ୍ଣାହୂତି କାର୍ଯ୍ୟ ସଂପନ୍ନ କରାଯାଇଥିଲା । ଅପରାହ୍ନ ସମୟରେ କାଳସି ଆସିବା ପରେ ବଳରାମ ରାଜଙ୍କ ନେତୃତ୍ୱରେ ଭାଣ୍ଡ ନିଆଯାଇ ଦୋସମାଳୀରେ ଅର୍ପଣ କରାଯାଇଥିଲା । ଆନୁମାନିକ ଦେଢଶହ ବର୍ଷ ପୂର୍ବେ ଆରମ୍ଭ ହୋଇଥିôବା ଏହି ମେଳା ପୂର୍ବରୁ ୭ ଦିନ ଧରି ଚାଲୁଥିବା ବେଳେ ଏବେ ଏହା ୫ ଦିନ ଧରି ଚାଲୁଛି । ଏହି ମେଳାରେ ମାନସିକ ନେଇ ଦୈନନ୍ଦିନ ଭଦ୍ରକ ଜିଲ୍ଲା ସମେତ ପଡୋଶୀ କେଉଁଝର ଜିଲ୍ଲାରୁ ଶହ ଶହ ସଂଖ୍ୟାରେ ଭକ୍ତମାନେ ରୁଣ୍ଡିଭୂତ ହୋଇଥାନ୍ତି । ଏଠାରେ ପାରମ୍ପରିକ ଭାବେ ମାନସିକ ପୂରଣ ପାଇଁ ପ୍ରତିଦ୍ୱନ୍ଦିତା ପୂର୍ଣ୍ଣ ପାଟୁଆ ନାଚ ସଂକ୍ରାନ୍ତୀ ଦିନ ସଂଧ୍ୟାରେ ଅନୁଷ୍ଠିତ ହୋଇ ଭଲ ପ୍ରଦର୍ଶନ କରିଥିବା ଦଳକୁ ପୁରସ୍କୃତ କରାଯିବ ବୋଲି କମିଟିର ଦୀଲିପ ରାଉତ, ବିପିନ ରାଉତ, ଶକ୍ତିଧର ରାଉତ, ପ୍ରଶାନ୍ତ ରାଉତ, ଗୋବିନ୍ଦ ରାଜ, ଗଣେଶ ରାଉତ ପ୍ରମୁଖ କହିଛନ୍ତି । ଟିଲୋ ମୌଜାର ୧୩ ସାହିର ଗ୍ରାମବାସୀମାନେ ମିଳିତ ହୋଇ ଏହାର ଉନ୍ନୟନ ଦିଗରେ ଚେଷ୍ଟା କରି ବିଷୁବ ସଂକ୍ରାନ୍ତୀ ଠାରୁ ଏହି ମେଳାକୁ ପାଳନ କରିଆସୁଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ