ମହିପାଳରେ ବନ୍ଧୁକ ଦେଖାଇ ଗଣ୍ଡଗୋଳ କରିଥିବା ଅଭିଯୋଗରେ୨ଗିରଫ

କେନ୍ଦ୍ରାପଡା,(ଚିତ୍ତରଞ୍ଜନ ଦାସ): କେନ୍ଦ୍ରାପଡା ସହରର ମହିପାଳ ଠାରେ ଶନିବାର ରାତିରେ ସ୍ଥାନୀୟ ଲୋକଙ୍କୁ ବନ୍ଧୁକ ଦେଖାଇ ଗଣ୍ଡଗୋଳ କରିବା,ମାଡପିଟ କରିବା ଓ ଜୀବନରେ ମାରିଦେବାକୁ ଧମକ ଦେବା ଅଭିଯୋଗରେ ୨ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇ କୋର୍ଟଚାଲାଣ କରାଯାଇଥିବା ସୂଚନା ମିଳିଛି । ଅଭିଯୋଗ ଅନୁଯାଇ ଶନିବାର ରାତିରେ ମହିପାଳ ଗ୍ରାମରେ ସ୍ଥାନୀୟ ଲୋକଙ୍କୁ ବନ୍ଧୁକ ଦେଖାଇ ଭୟଭୀତ କରିବା, ଗଣ୍ଡଗୋଳ କରିବା, ମାଡପିଟ କରିବା ଓ ଲୋକମାନଙ୍କୁ ଜୀବନରୁ ମାରିଦେବାକୁ ଧମକ ଦେବା ଅଭିଯୋଗରେ ଆଜି ଟାଉନ ଥାନା ପୋଲିସ ୨ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଅଭିଯୁକ୍ତ ୩ଜଣ ହେଉଛନ୍ତି ଟାଉନ ଥାନା ଅନ୍ତର୍ଗତ ରଣପଡା ଗ୍ରାମର ସେକ ମମତାଜଙ୍କ ପୁଅ ସେକ ଇମତିୟାଜ(୩୨) ଓ ଜୟୀପୁରା ଗ୍ରାମର ସେକ ଖଲିଦ ଅଲ୍ଲୀଙ୍କ ପୁଅ ସେକ ମୋଜାହିଦ ଅଲ୍ଲୀ(୨୯) । ଥାନା କେଶ ନମ୍ବର ୧୨୯/୨୦୨୦ରେ ମାମଲା ରୁଜୁ କରାଯାଇ ଭାରତୀୟ ପିଙ୍ଗଳ କୋର୍ଡର ଧାରା ୩୪୧, ୩୨୩, ୨୯୪, ୨୮୩, ୩୫୪, ୩୬୩, ୩୬୪, ୩୯୨, ୫୦୬ ଓ ୩୪ ଦଫାରେ ଏବଂ ୨୫(୧)(ଖ)(କ) ଆର୍ମସ ଆକ୍ଟରେ ଉଭୟ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ