ମହିବିଲ ଘାଷିଆମ୍ୱରୁ ବିପୁଳ ଗଞେଇ ଜବତ କଲା ପାଟପୁର ପୋଲିସ
ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ):ଗଞ୍ଜାମ ଗଜପତି ସୀମାନ୍ତ ତପ୍ତପାଣି ଗୋପାଳଗଣ୍ଡ ପାହାଡି ଇଲାକାରେ ପ୍ରବଳ ମାତ୍ରାରେ ଗଞେଇ ଚାଷ ସହ ଚୋରା ଗଞେଇ କାରାବାର ହେଉଛି। କ୍ରମାଗତ ଭାବେ ପାଟପୁର ପୋଲିସ ଏହି ଅଞ୍ଚଳରୁ ବିପୁଳ ଗଞ୍ଜେଇ ଜବତ କରିବାରେ ଲାଗିଛି। ପାଟପୁର ଥାନା ଅନ୍ତର୍ଗତ ଟି ଗୋବିନ୍ଦପୁର ପଞ୍ଚାୟତର ମହିବିଲ ଓ ଘାଷିଆମ୍ବ ଗ୍ରାମର କିଛି ବ୍ୟକ୍ତିଙ୍କ ଘରେ ଗଞେଇ ମହଜୁଦ ଥିବା ଖବର ପାଇ ଆଇଆଇସି ସବ୍ୟସାଚୀ ମଲ୍ଲ ଙ୍କ ନିର୍ଦ୍ଧେଶରେ ଏସ ଆଇ ଟୁନା ପିଡ଼ିକା ଙ୍କ ନେତୃତ୍ବରେ ଏକ ଟିମ୍ ଚଢ଼ାଉ କରିଥିଲା । ମହିବିଲ ଗ୍ରାମରୁ ୫ ଜଣକ ଘରେ ଚଢ଼ାଉ କରାଯାଇ ୩୮୬ . ୪୦୦ କିଗ୍ରା ଜବତ କରାଯାଇଛି । ସେଭଳି ଘାସିଆମ୍ବ ଗ୍ରାମରୁ ୩ ଜଣକ ଘରେ ଚଢ଼ାଉ କରାଯାଇ ୪୧୭.୪୦୦ କିଗ୍ରା ଗଞେଇ ଜବତ କରାଯାଇଥିବା ଆଜି ସାମ୍ବାଦିକ ସମ୍ମିଳନୀରେ ଆସିକା ଏସଡ଼ିପିଓ ଉମାଶଙ୍କର ସିଂ ପ୍ରକାଶ କରିଛନ୍ତି। ଜବତ ଗଞେଇର ମୂଲ୍ୟ ପ୍ରାୟ ଏକ କୋଟି କୋଡ଼ିଏ ଲକ୍ଷଟଙ୍କା ହେବବୋଲି ପୋଲିସ କହିଛି। ତେବେ ଏଥିରେ କାହାରିକୁ ଗିରଫ କରାଯାଇନଥିବା ବେଳେ ଫେରାର ଥିବା ସଂପୃକ୍ତ ଙ୍କୁ ଶୀଘ୍ର ଧରାଯିବ ବୋଲି ପ୍ରକାଶ ପାଇଛି।