ମହିଳାଙ୍କୁ ଆକ୍ରମଣ, ଜଣେ ଗିରଫ

ହିଞ୍ଜିଳିକାଟୁ, : ଆଡ଼ପଡ଼ା ଗ୍ରାମରେ ପୂର୍ବ ଶତୃତାକୁ କେନ୍ଦ୍ର କରି ଜଣେ ମହିଳାଙ୍କୁ, ଗ୍ରାମର ଜଣେ ଯୁବକ ଶାବଳରେ ଆକ୍ରମଣ କରିଛି । ଆକ୍ରମଣର ଶିକାର ହୋଇଥିବା ମହିଳା ଜଣକ ସଂପୃକ୍ତ ଗ୍ରାମର ସୁକାନ୍ତି ଭଉଳ । ଏ ନେଇ ମହିଳାଙ୍କ ସ୍ୱାମୀ ସୁଶାନ୍ତ ଭଉଳ ଶୁକ୍ରବାର ହିଂଜିଳି ଥାନାରେ ଅଭିଯୋଗ କରିଛନ୍ତି । ଅଭିଯୋଗ ଭିତିରେ ପୋଲିସ ନଂ- ୬୪/୨୦ରେ ଏକ ମାମଲା ରୁଜୁ କରି ଆକ୍ରମଣ କରିଥିବା ଯୁବକ ତପନ ଭଉଳଙ୍କୁ ଥାନାରେ ଅଟକ ରଖି ପଚରା ଉଚୁରା କରୁଥିବା ଆଇଆଇସି ଅଭିମନ୍ୟୁ ଦାସ କହିଛନ୍ତି । ହିଂଜିଳି ଥାନା ଆଡ଼ପଡ଼ା ଗ୍ରାମର ତପନ ଓ ସୁଶାନ୍ତଙ୍କ ମଧ୍ୟରେ ପୂର୍ବରୁ କୌଣସି କାରଣରୁ ଶତୃତା ଲାଗି ରହିଥିଲା । ଅପରାହ୍ନରେ ସୁଶାନ୍ତଙ୍କ ସ୍ତ୍ରୀ ଘର ବାରଣ୍ଡାରେ ଡିଆ ହୋଇଥିବା ବେଳେ ଯୁବକ ଜଣକ ଆସି ଅସଭ୍ୟ ଭାଷାରେ ଗାଳି ଗୁଲୁଜ କରିବା ସହ ଏକ ଲୁହା ଶାବଳରେ ମହିଳାଙ୍କୁ ଆକ୍ରମଣ କରିଥିଲା । ଆକ୍ରମଣରେ ମହିଳା ଜଣକ ଗୁରୁତର ଆହତ ହୋଇଥିଲେ । ପଡ଼ୋଶୀ ମହିଳାଙ୍କୁ ଉଦ୍ଧାର କରି ଚିକିିତ୍ସା ସକାଶେ ପ୍ରଥମେ ଆଡ଼ପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ ପରେ ଅଧିକ ଚିକିତ୍ସା ସକାଶେ ବ୍ରହ୍ମପୁର ବଡ଼ ଡ଼ାକ୍ତରଖାନାରେ ଭର୍ତି କରିଥିଲେ । ମହିଳାଙ୍କ ସ୍ୱାମୀ ଏ ନେଇ ହିଂଜିଳି ଥାନାରେ ଅଭିଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ