ମହିଳାଙ୍କୁ ଗଣଦୁର୍ଷ୍କମ ଘଟଣାରେ ୩ଜଣଙ୍କୁ ଗିରଫ କଲା ପୁଲିସ

ହାଟଡିହି, (ବିକାଶ ବିଶ୍ୱାଳ):ବନ୍ଧୁ ଘରକୁ ବୁଲିବାକୁ ଆସିଥିବା ଜଣେ ମହିଳା ଗଣଦୁଷ୍କର୍ମର ଶୀକାର ହୋଇଥିବାବେଳେ ଘଟଣାରେ ସୋସୋ ପୁଲିସକୁ ମିଳିଛି ବଡ ସଫଳତା । ଘଟଣାର ୬ଦିନ ପରେ ପୁଲିସ ଆଜି ଅଭିଯୁକ୍ତ ମାନଙ୍କୁ ଗିରଫ କରିବାରେ ସଫଳ ହୋଇଛି । ପୁଲିସ ଗତ ୫ଦିନ ଧରି ଅଟକ ରଖିଥିବା ଇଶ୍ୱର ନାୟକ ନାମକ ଯୁବକ ହିଁ ଏହାର ମୁଖ୍ୟ ନାୟକ ବୋଲି ଜାଣିବାପରେ ତାର ବୟାନ ଆଧାରରେ ପୁଲିସ ଅନ୍ୟ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି । ପୁଲିସର ମିଳିଥିବା ସୁଚନା ଅନୁଯାଇ ଇଶ୍ୱର ନାୟକ ତାର ନିଜ ବାଇକରେ ମହିଳାଙ୍କୁ ବସାଇ ବାଲିବରେଇ ଆମ୍ବତୋଟା ପର୍ଯ୍ୟନ୍ତ ନେଇଥିଲା । ସେଠାରେ ଅନ୍ଧାରୀ ଗ୍ରାମର ଚଇତା ଟୁଡୁ ଓ ରାମକୃଷ୍ଣପୁରର ରମେଶ ପାତ୍ର ମିଶି ତିନିହେଁ ମହିଳାଙ୍କୁ ଗଣ ଦୁଷ୍କର୍ମ କରିଥିଲେ । ପୁଲିସ ତିନି ଅଭିଯୁକ୍ତଙ୍କୁ ଗିରଫ କରି ଆନନ୍ଦପୁର ମେଡିକାଲକୁ ଡାକ୍ତରୀ ମାଇନା ପାଇଁ ନେଇଥିବା ଜଣାଯାଇଛି । ଏଠାରେ ସୁଚନାଯୋଗ୍ୟ ଯେ ମହୁଲଡିହା ଅଞ୍ଚଳର ଜଣେ ମହିଳା ନିଜ ସମ୍ପର୍କୀୟଙ୍କ ଘର ବାଲିବରେଇ ପଞ୍ଚାୟତର ଉଚ୍ଚଡାହି ଗ୍ରାମକୁ ବୁଲିବାକୁ ଆସିଥିଲା । ବୁଧବାର ନିଜ ମାଉସୀପୁଅ ସହିତ ଗୋହିରାବଣି ହାଟକୁ ବୁଲିବାକୁ ଯାଇଥିଲା । ତାର ମାଉସୀପୁଅ ଟିକେ ଆସୁଛି ବୋଲି କହି ପଳାଇଥିବା ବେଳେ ଦୁଇଜଣ ଯୁବକ ଆସି ମହିଳାଙ୍କ ପାଖରେ ପହଞ୍ଚି ଆସ ତୁମକୁ ଘରେ ଛାଡିଦେବୁ ବୋଲି କହି ବାଇକରେ ବସାଇ ନେଇଥିଲେ । କିଛିବାଟ ଯିବାପରେ ବାଲିବରେଇ ଗ୍ରାମ ନିକଟସ୍ଥ ଆମ୍ବ ତୋଟାରେ ଉକ୍ତ ମହିଳା ଜଣକୁ ତିନିଜଣ ଯୁବକ ଜୋର ଜବରଦସ୍ତ ଗଣଦୁଷ୍କର୍ମ କରିଥିଲେ । ଏନେଇ ମହିଳା ଜଣକ ସୋସୋ ଥାନାରେ ଅଭିଯୋଗ କରିବାପରେ ସୋସୋ ଥାନା ପୁଲିସ ଥାନା କେସନଂ ୧୧/୨୦୨୩ରେ ମାମଲା ରୁଜୁ କରି ତଦନ୍ତ ଚଳାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ