ମହିଳାଙ୍କୁ ଗଣ ଦୁଷ୍କର୍ମ, ଅଭିଯୁକ୍ତଙ୍କୁ ଧରି ନିର୍ଦ୍ଧୁମ ଛେଚିଲେ

ହାଟଡିହି,(ଯୁଗାବ୍ଦ ନ୍ୟୁଜ୍‌): ସୋସୋ ଥାନା ଅଞ୍ଚଳରେ ଜଣେ ବୟସ୍କା ମହିଳାଙ୍କୁ ଗଣଦୁଷ୍କର୍ମ କରାଯାଇଥିବାବେଳେ ଦୁଇ ଅଭିଯୁକ୍ତଙ୍କୁ ଧରି ଲୋକମାନେ ନିର୍ଦ୍ଧୁମ ଛେଚିବା ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି । ଏ ନେଇ ସୋସୋ ଥାନାରେ କୌଣସି ଅଭିଯୋଗ ହୋଇନଥିବାର ଜଣାଯାଇଛି । ଖବରରୁ ଜଣାଯାଇଛି ଯେ ଆଜି ସନ୍ଧ୍ୟାରେ ଦୁଇଜଣ ଯୁବକ ଜଣେ ଆଦିବାସୀ ମହିଳାଙ୍କୁ ବିଲକୁ ଡାକିନେଇ ତାଙ୍କୁ ଦୁଷ୍କର୍ମ କରିଥିଲେ । ମହିଳା ଜଣକ ଚିତ୍କାର କରିବାରୁ କିଛି ଲୋକ ପହଞ୍ଚିଯିବାରୁ ସଂପୃକ୍ତ ଯୁବକ ଦୁଇଜଣ ଖସି ପଳାଇବାକୁ ଚେଷ୍ଟା କରୁଥିବାବେଳେ ଲୋକଙ୍କ ହାତରେ ଧରାପଡି ଯାଇଥିଲେ । ପରେ ଲୋକମାନେ ଉକ୍ତ ଦୁଇ ଯୁବକଙ୍କୁ ବାନ୍ଧି ନିର୍ଦ୍ଧୁମ ପିଟିବାପରେ ଛାଡି ଦେଇଥିବା ଜଣାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ