ମହିଳାଙ୍କୁ ଦୁଷ୍କର୍ମ ଧମକ ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ
ଦିଗପହଣ୍ଡି,(ଅଳକ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଅଞ୍ଚଳର ଜଣେ ମହିଳା ଙ୍କ ମୋବାଇଲ ଫୋନ କୁ କାଳିଆ ପ୍ରଧାନ ନାମକ ଜଣେ ଯୁବକ ଅନେକ ଥର ଅଶ୍ଳିଳ ବାର୍ତ୍ତା ପଠାଇବା ପରେ ତାଙ୍କୁ ବଳାତ୍କାର କରିବାକୁ ଧମକ ଦେଇଥିବା ଅଭିଯୋଗ ହୋଇଛି। ଭୟଭୀତ ହୋଇ ମହିଳା ଜଣକ ଦିଗପହଣ୍ଡି ଥାନାରେ ଏତଲା ଦେଇଛନ୍ତି।ଏତଲା କୁ ଭିତ୍ତିକରି ଆଇଆଇସି ପ୍ରଶାନ୍ତ କୁମାର ପାତ୍ର ଥାନା ମାମଲା ନଂ.୩୮/୨୫ ଅନୁଯାୟୀ ମକଦ୍ଦମା ରୁଜୁ କରିଛନ୍ତି।ଅଭିଯୁକ୍ତ କାଳିଆ ବ୍ରହ୍ମପୁର ରୁ ଗୁଣ୍ଡା ଆଣି ଘରେ ବୋମା ପକାଇବା ସହ ଝିଅ କୁ ସ୍କୁଲ ରୁ ଆସିବା ବେଳେ ଉଠାଇନେବି ବୋଲି ଧମକ ଦେଇଥିବା ସହ ତାଙ୍କୁ ଘରେ ପଶି ହତ୍ୟା କରିବାକୁ ଧମକ ଦେଇଥିବା ଏତଲାରେ ଉଲ୍ଲେଖ ରହିଛି। ତଦନ୍ତକାରୀ ଅଧିକାରୀ ଏଏସଆଇ ଅଜୟ କୁମାର ନାୟକ ଘଟଣାର ତଦନ୍ତ ଚଳାଇଛନ୍ତି।ଗିରଫ ଭୟରେ ଅଭିଯୁକ୍ତ ଫେରାର ଥିବା ଜଣାପଡିଛି।