ମହିଳାଙ୍କୁ ଲୁଟ୍

ଦଶପଲ୍ଲା (ଯୁଗାଦ୍ଧ ନ୍ୟୁଜ): ଦଶପଲ୍ଲାର ଜନଗହଳିପୂର୍ଣ୍ଣ ତ୍ରିନାଥ ବଜାରଠାରେ ଥିବା ନଳକୂପରୁ ଟଙ୍କା ବ୍ୟାଗ ରଖି ପାଣି ପିଉଥିବାବେଳେ ଦୁଇଜଣ ଲୁଟେରା ଉକ୍ତ ବ୍ୟାଗ ଧରି ଫେରାର ହୋଇଯାଇଥିବା ଥାନାରେ ଅଭିଯୋଗ ହୋଇଛି । ସୂଚନା ଅନୁଯାୟୀ ଦଶପଲ୍ଲା ସାକେଣୀ ଗ୍ରାମର ଅହଲ୍ୟା ଖିଲାର ବ୍ୟାଙ୍କ ଅଫ୍ ଇଣ୍ଡିଆ ତ୍ରିନାଥ ବଜାର ଶାଖାରୁ ୧୫ ହଜାର ଟଙ୍କା ଉଠାଇ ଛକ ପାଖରେଥିବା ନଳକୂପ ପାଖରେ ଟଙ୍କାବ୍ୟାଗ୍ ରଖି ପାଣି ପିଉଥିଲେ । ସେହି ସମୟରେ ନାଲିରଙ୍ଗର ବାଇକ୍ରେ ଦୁଇଜଣ ଲୁଟେରା ଆସି ହଠାତ୍ ବ୍ୟାଗଟିକୁ ନେଇ ଚମ୍ପଟ ମାରିଥିଲେ । ମହିଳାଜଣକ ପାଟିକରି ଦୌଡ଼ିଥିଲେ ମଧ୍ୟ ଧରିପାରିନଥିଲେ । ଏ ନେଇ ଦଶପଲ୍ଲା ଥାନାରେ ସେ ଅଭିଯୋଗ କରିବାପରେ ପୁଲିସ ତଦନ୍ତ ଜାରି ରଖିଛି ।ଦୁଇଜଣ ଲୁଟେରା ଆସି ହଠାତ୍ ବ୍ୟାଗଟିକୁ ନେଇ ଚମ୍ପଟ ମାରିଥିଲେ । ମହିଳାଜଣକ ପାଟିକରି ଦୌଡ଼ିଥିଲେ ମଧ୍ୟ ଧରିପାରିନଥିଲେ । ଏ ନେଇ ଦଶପଲ୍ଲା ଥାନାରେ ସେ ଅଭିଯୋଗ କରିବାପରେ ପୁଲିସ ତଦନ୍ତ ଜାରି ରଖିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ