ମହିଳାଙ୍କ ଝୁଲନ୍ତା ଶବ ଜବତ ; ସ୍ୱାମୀ ଗିରଫ

ଗଂଜାମ, (ବିନୋଦ ପଲାଇ) : ଗଂଜାମ ବ୍ଲକ ଅନ୍ତର୍ଗତ ପଣସଡ଼ିହ ଗ୍ରାମର ବିବାହିତା ମହିଳା ପି.ରମାପାତ୍ର(୩୦)ଙ୍କ ଝୁଲନ୍ତା ଶବ ଜବତ କରିବା ସହ ତାର ସ୍ୱାମୀକୁ ଗିରିଫ କରିଛି ରମ୍ଭା ପୋଲିସ । ମୃତ୍ୟୁ ରମାଙ୍କ ଘର ପୁରୁଷୋତ୍ତମପୁର ହୋଇଥିବା ବେଳେ ସେ ଗଂଜାମ ବ୍ଲକର ପଣସଡ଼ିହ ଗ୍ରାମର କେ.ପିତବାସ (୩୫)ଙ୍କୁ ବିବାହ କରିଥିଲେ ।ରମାଙ୍କ ବାପା ଏକ ଲକ୍ଷ ଟଙ୍କା କରଜ ମାଗିଥିଲେ ଜ୍ୱାଇଁ ପୀତବାସଙ୍କୁ ।ମହିଳାଙ୍କ ସ୍ୱାମୀ ମଧ୍ୟସ୍ଥ ହୋଇ ଅନ୍ୟ ଜଣଙ୍କ ଠାରୁ କରଜ ଆଣି ନିଜ ଶଶୁରଙ୍କୁ ଦେଇଥିଲେ ।ହେଲେ ସ୍ୱାମୀ ପୀତବାସ ନିଜ ସ୍ତ୍ରୀ ରମାଙ୍କୁ ତାଙ୍କ ବାପାଙ୍କ ଠାରୁ କରଜ ନେଇଥିବା ଫେରସ୍ତ ଟଙ୍କା ପାଇବା ପାଇଁ କହୁଥିବା ବେଳେ ବାପାଙ୍କର ଆର୍ଥିକ ସ୍ଥିତିକୁ ଦେଖି ମାନସିକ ସନ୍ତୁଳନ ହରେଇ ବସିଥିଲେ ରମା ।ଶେଷରେ ଭାଙ୍ଗି ପଡ଼ି ରମା ଆତ୍ମହତ୍ୟା କରିଥିଲେ ।ଉକ୍ତ ଗ୍ରାମର କିଛି ଲୋକ ରମ୍ଭା ପୋଲିସକୁ ଖବର ଦେବା ପରେ ରମ୍ଭା ଆଇ ଆଇସି ଦୀପ୍ତିରଞ୍ଜନ ବେହେରା ଘଟଣା ସ୍ଥଳରେ ପହଞ୍ଚି ମୃତକ ମହିଳା ରମାଙ୍କ ଝୁଲନ୍ତା ଶବକୁ ଉଦ୍ଧାର କରିବା ସହ ରମ୍ଭା ପୋଲିସ ପକ୍ଷରୁ ମାମଲା ରୁଜ୍ଜୁ କରାଯାଇ ରମାଙ୍କ ସ୍ବାମୀ ପୀତବାସଙ୍କୁ ଗିରଫ କରିଥିବା ରମ୍ଭା ଆଇଆଇସି ଦୀପ୍ତିରଞ୍ଜନ ବେହେରା କହିଛନ୍ତି । ମୃତକ ମହିଳା ଜଣଙ୍କର ବାର ବର୍ଷର ,ଆଠ ବର୍ଷର ଦୁଇ ପୁଅ ଓ ୧୦ ବର୍ଷର ଝିଅ ଥିବା ଜଣାପଡ଼ିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ