ମହିଳାଙ୍କ ପରି ହସୁଥିବା ଶୁଆ

ଶୁଆମାନେ ମଣିଷର ସ୍ବରକୁ ଅବିକଳ ନକଲ କରିପାରୁଥିବାରୁ ଲୋକମାନେ ତା’କୁ ଆଗ୍ରହ ସହକାରେ ପାଳିଥାନ୍ତି। କିନ୍ତୁ ଆମେରିକାରେ ଏକ ଶୁଆ ଅଛି ଯାହା ଅବିକଳ ମହିଳାଙ୍କ ହସର ନକଲ କରିପାରୁଛି । ଏହି ଶୁଆଟିର ଭିଡିଓ ଏବେ ଇଣ୍ଟରନେଟ ତଥା ସୋସିଆଲ ମିଡିଆରେ ଖୁବ ହଇଚଇ ସୃଷ୍ଟି କରିଛି । ଏହି ଶୁଆଟି କୌଣସି ଆଶ୍ଚର୍ଯ୍ୟ ଠାରୁ କମ ନୁହେଁ । ମହିଳା ହସକୁ ଅବିକଳ ଭାବେ ନକଲ କରିପାରେ ଏହି ଶୁଆ । ଯଦି ତା ନିକଟରେ କୌଣସି ମହିଳା ହସନ୍ତି ତେବେ ସଙ୍ଗେ ସଙ୍ଗେ ଏହାକୁ ନକଲ କରି ହସିଥାଏ । ଏମିତିକି ଜଣେ ଅଜଣା ଲୋକ ହଠାତ ଜାଣିପାରିବନି ଯେ ବାସ୍ତବରେ ଜଣେ ଶୁଆ ହସୁଛି କି ଜଣେ ମହିଳା ହସୁଛନ୍ତି । ରିପୋର୍ଟ ଅନୁଯାୟୀ ଆମେରିକାର କାର୍ଲିଫର୍ନିଆ ଅଞ୍ଚଳରେ ହିଁ ଏହି ବିଶେଷ ଶୁଆ ବାସ କରୁଛି । ସେଠାକାର ଜଣେ ବାସିନ୍ଦା ହିଁ ତାକୁ ପୋଷା ଭାବେ ପାଳିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ