ମହିଳାଙ୍କ ସହ ଦୈହିକ ସମ୍ପର୍କ ରଖିବା ପାଇଁ ଧମକ, ଯୁବକ ଗିରଫ

ରାଇରଙ୍ଗପୁର, (ଅକ୍ଷୟ ବିଶ୍ୱାଳ):ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ଭୁଟକାବାଦି ଅସ୍ଥାୟୀ କେନ୍ଦ୍ରରେ ଜନୈକ ଅବିବାହିତ ମହିଳା ୦୧-୦୬-୨୦ତାରିଖରୁ ରହୁଥିଲେ । ସେହି ଶିବିରରେ ରାଜସ୍ଥାନ ଫେରନ୍ତା ପ୍ରବାସୀ ଶ୍ରମିକ ସଂଜୀବ ପାତ୍ର (୨୧) ଘର-ଘୁଙ୍ଗୁପାହାଡି ରହୁଥିଲେ । ଜୁନ ୧ ରେ ରାତିରେ ଶୋଇଥିବା ବେଳେ ପ୍ରବଳ ଗରମ ଯୋଗୁଁ ଦେହରେ ଲୁଗା ଏପାଖ ସେପାଖ ହୋଇ ଯାଇଥିଲା । ଯୌନ ବିକାର ଗ୍ରସ୍ତ ସଂଜୀବ ମହିଳା ଅସଂଜତ ଅବସ୍ଥାରେ ଶୋଇଥିବା ବେଳେ ଫଟୋ ଉଠାଇ ଥିଲା ।ସେହି ଫଟୋ ଜୁନ୩ ତାରିଖ ମହିଳାଙ୍କୁ ଦେଖାଇଥିଲା ଏବଂ ଶାରିରୀକ ସଂପର୍କ ରଖିବା ପାଇଁ ବାଧ୍ୟ କରିଥିଲା ନଚେତ ଫଟୋ ଭାଇରାଲ କରିଦେବ ।ଏଘଟଣା ଯଦି କାହାକୁ ଜଣାଏ ତାହାହେଲେ ମଧ୍ୟ ଫଟୋ ଭାଇରାଲ କରିଦେବ ବୋଲି ଧମକ ଦେଇଥିଲା ।ପରେ ଜୁନ ୩ ରେ ଟିଏମସି ଅବଧି ସରିବା ପରେ ସଂଜୀବ ହୋମ କ୍ୱାରେଣ୍ଟାଇନରେ ଥିଲେ ।ଘଟଣା ପର ଠାରୁ ମହିଳା ଜଣକ ଭୟଭୀତ ଅବସ୍ଥାରେ ଥିଲେ ।ପରେ ବାରଂବାର ଫୋନରେ ଧମକ ଦେବାରୁ ମହିଳା ଜଣକ,ବିଡିଓ, ତହସିଲଦାର ଓ ସରପଞ୍ଚକୁ ଜଣାଇବା ପରେ ପ୍ରଶାସନ ୧୫-୬-୨୦୨୦ରେ ତଦନ୍ତ କରି ରିପୋର୍ଟ ଦେଇଥିଲେ ।ପ୍ରଶାସନର ରିପୋର୍ଟ ଅନୁସାରେ ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଅଧିକାରୀ ପଦ୍ମଲୋଚନ ପାଣିଗ୍ରାହୀ ଏକ ମାମଲା କେଶ ନଂ ୭୨/୨୦,ଦଫା ୩୫୪ ଏ,୩୫୪ସି,୫୦୬ଆଇପିସି ରୁଜୁ କରି ସଂଜୀବକୁ ଘରୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି ଏଭଳି ଘଟଣା ନେଇ ଟିଏମସିରେ ମହିଳା ମାନେ ଅସୁରକ୍ଷିତ ମଣୁଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ