ମହିଳା ଆତ୍ମନିଯୁକ୍ତିର ନିଦର୍ଶନ ପ୍ରିୟଙ୍କା
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ମହିଳା ସଶକ୍ତିକରଣ ଓ ମହିଳା ସ୍ୱାବଲମ୍ବୀ ତଥା ସମ୍ମାନର ସହ ଆତ୍ମନିର୍ଭରଶୀଳ ହେବା ପାଇଁ ଏହିଭଳି ଆଧୁନିକ ଧରଣର ସେଲୁନ ଓ ସ୍ପା ରାଜଧାନୀରେ ଅଧିକ ପରିମାଣରେ ହେବା ଉଚିତ୍ ବୋଲି ‘ରିଜାଟ ସେଲୁନ ଓ ସ୍ପା’ ସେଣ୍ଟର ଉଦ୍ଘାଟନ ଉତ୍ସବରେ ଯୋଗଦେଇ ବିଜେଡ଼ି ନେତ୍ରୀ ମୀରା ପରିଡ଼ା କହିଥିଲେ ଯେ, କେଦାରଗୌରୀ ମନ୍ଦିର ନିକଟସ୍ଥ ଲୁଇସ୍ ରୋଡ଼ଠାରେ ‘ରିଜାଟ ସ୍ପା ଏବଂ ଆଧୁନିକ ସେଲୁନ୍’କୁ ଉଦ୍ଘାଟନ କରି ଜଟଣୀର ମାନ୍ୟବର ବିଧାୟକ ସୁରେଶ ରାଉତରାୟ ଏବଂ ବିଜେଡ଼ି ନେତ୍ରୀ ମୀରା ପରିଡ଼ା ଆଜିକାଲିର ଯୁବକମାନେ ସ୍ମାର୍ଟସହର ଦିଲ୍ଲୀ, ବମ୍ବେ ଭଳି ବଡ଼ବଡ଼ ସହରର ଯୁବକମାନଙ୍କ ଠାରୁ ଭୁବନେଶ୍ୱର ଯୁବପିଢି କୌଣସି ଗୁଣରେ କମ୍ ନୁହଁନ୍ତି ବୋଲି ମତ ଦେଇଥିଲେ । ରାଜଧାନୀର ଯୁବକ ନିଜକୁ ଫିଟ୍ ରଖିବା ପାଇଁ ଏହିଭଳି ସେଲୁନ, ସ୍ପାକୁ ଯିବା ଉଚିତ୍ ବୋଲି ମାନ୍ୟବର ବିଧାୟକ କହିଥିଲେ । ଅନୁଷ୍ଠାନର ପରିଚାଳନା ନର୍ଦ୍ଦେଶିକା ପ୍ରିୟଙ୍କା ଦାସ ଏହିଭଳି ଉଦ୍ୟମକୁ ଖୁବ୍ ପ୍ରଶଂସା କରିବା ସହିତ ଶିକ୍ଷିତ ଯୁବକ ଯୁବତୀଙ୍କୁ ନିଯୁକ୍ତି ଦେବା ରୋଜଗାରକ୍ଷମ କରାଇବା ପ୍ରଚେଷ୍ଟାକୁ ଅତିଥିମାନେ ଭୂୟସୀ ପ୍ରଶଂସା କରିଥିଲେ । ପ୍ରିୟଙ୍କା ମ୍ୟାଡ଼ମଙ୍କ ନିଷ୍ପତ୍ତିକ୍ରମେ ଗ୍ରାହକମାନଙ୍କୁ ସୁଲଭ ମୂଲ୍ୟରେ ଏବଂ ଅନ୍ୟ ସେଲୁନ ଅପେକ୍ଷା ଯଥେଷ୍ଟ କମ୍ ଦରରେ ସବୁ ପ୍ରକାର ସୁବିଧା ଉପଲବ୍ଧ କରାଯିବା ସହ ନୂଆବର୍ଷ ପର୍ଯ୍ୟନ୍ତ ସବୁ ଦରରେ ୨୫% ରିହାତି ଦେବାକୁ ନିଷ୍ପତ୍ତି ନିଆଯାଇଛି । ଜନସାଧାରଣଙ୍କୁ ଏହି ସେଲୁନ ଓ ସ୍ପାକୁ ଆସି ଏହି ରିହାତିର ସୁଯୋଗ ନେବାକୁ ଅନୁରୋଧ କରିଛନ୍ତି ।