ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଆତ୍ମ ସୁରକ୍ଷା ତାଲିମ ଶିବିର

ପୋଲସରା, (ଅନିଲ କୁମାର ମହାରଣା):ଗଞ୍ଜାମ ଜିଲ୍ଲାର ପୋଲସରା ବିଜ୍ଞାପିତ ଅଞ୍ଚଳ ପରିଷଦ ଅନ୍ତର୍ଗତ ପୋଲସରା ଆଞ୍ଚଳିକ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ୪୫୬ ଜଣ ଛାତ୍ରୀଙ୍କୁ ଆତ୍ମ ସୁରକ୍ଷା ତାଲିମ ପ୍ରଦାନ ଶିବିର ଡିସେମ୍ବର ୪ ତାରିଖ ଦିନ ଅନୁଷ୍ଠିତ ହୋଇଯାଇଛି। ତାଲିମ ଶିବିରର ସଂଯୋଜକ ଅଧ୍ୟାପକ ଡ଼ଃ ଆଶିଷ କୁମାର ପ୍ରଧାନଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମ କୁ ପୋଲସରା ବ୍ଲକ ବିଡ଼ିଓ କୈଳାଶ ଚନ୍ଦ୍ର ମୁର୍ମୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ଜ୍ଵଳନ କରି ଉଦଘାଟନ କରିଥିଲେ। କାର୍ଯ୍ୟକ୍ରମରେ ଶିକ୍ଷାନୁଷ୍ଠାନର ପ୍ରିନ୍ସପାଲ ପ୍ରଦୀପ କୁମାର ପରମଗୁରୁ ଅଧ୍ୟକ୍ଷତା କରିଥିବା ବେଳେ ପୋଲସରା ଶାଖା ଷ୍ଟେଟ ବ୍ୟାଙ୍କ ପରିଚାଳକ ଲକ୍ଷ୍ମଣ ମୁର୍ମୁ ଓ ଅଧ୍ୟାପିକା ଡକ୍ଟର ରଞ୍ଜିତା କୁମାରୀ ମିଶ୍ର ଅତିଥିଭାବେ ଯୋଗଦେଇ ଆତ୍ମ ସୁରକ୍ଷା ତାଲିମ ଶିକ୍ଷା କରିବା ଦ୍ୱାରା ମିଳୁଥିବା ଉପକାର ବିଷୟରେ ମତ ପ୍ରଦାନ କରିଥିଲେ। କଳା ଓ ବିଜ୍ଞାନ ବିଭାଗର ୪୫୬ ଜଣ ଛାତ୍ରୀମାନଙ୍କୁ ମାଷ୍ଟର ଟ୍ରେନର ବୃନ୍ଦ ଆଠ ଦିନିଆ ତାଲିମ ଶିବିରରେ ଆତ୍ମ ସୁରକ୍ଷା ପାଇଁ କୌଶଳ ଶିକ୍ଷା ପ୍ରଦାନ କରିବେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ