ବିଶ୍ଵ ବ୍ରେଲି ଦିବସ ପାଳନ ଅବସରରେ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଭିନ୍ନକ୍ଷମ ଅନୁଷ୍ଠାନ “ସମର୍ଥ” କାର୍ଯ୍ୟାଳୟ ପରିସରରେ ବିଶ୍ଵ ବ୍ରେଲି ଦିବସ ତଥା ବ୍ରେଲି ଲିପିର ପ୍ରତିଷ୍ଠାତା ଲୁଇସ୍ ବ୍ରେଲଙ୍କ ୨୧୪ ତମ ଜନ୍ମ ଜୟନ୍ତୀ ପାଳନ ଅବସରରେ ବିଭିନ୍ନ କାର୍ଯ୍ୟକ୍ରମ ସମର୍ଥ ଅନୁଷ୍ଠାନ ପକ୍ଷରୁ ଅନୁଷ୍ଠିତ ହୋଇଯାଇଛି ।ଏହି ଅବସରରେ ଓଡ଼ିଶା ବିକଳାଙ୍ଗ ମଞ୍ଚର ରାଜ୍ୟ ସଭାପତି ତଥା ଭିନ୍ନକ୍ଷମ ଅନୁଷ୍ଠାନ “ସମର୍ଥ”ର ସଭାପତି ଶ୍ରୀ ନିରଞ୍ଜନ ବେହେରାଙ୍କ ସଭାପତିତ୍ବରେ ଜିଲ୍ଲାପାଳ ଶ୍ରୀ ଲିଙ୍ଗରାଜ ପଣ୍ଡା ମୁଖ୍ୟଅତିଥି ଭାବେ ଯୋଗଦେଇ ବ୍ରେଲ ଦିବସର ତାତ୍ପର୍ଯ୍ୟ ସମ୍ପର୍କରେ କହି ଦୃଷ୍ଟି ବାଧିତ ଛାତ୍ରଛାତ୍ରୀ ମାନେ ବ୍ରେଲ୍ ଲିପି ପଢ଼ିବା ଓ ତାର ଅଧିକ ବ୍ୟବହାର କରିବା ଦ୍ବାରା ହିଁ ସେମାନଙ୍କ ଜୀବନର ମାନଦଣ୍ଡ ଅଧିକ ଉନ୍ନତ ହୋଇପାରିବ । ଦୃଷ୍ଟି ବାଧିତ ଛାତ୍ରଛାତ୍ରୀ ଓ ଅନ୍ୟାନ୍ୟଙ୍କ ପାଇଁ ସରକାରଙ୍କ ପକ୍ଷରୁ ରହିଥିବା ବିଭିନ୍ନ ପ୍ରୋତ୍ସାହନ ଓ ସହାୟତା ସମ୍ପର୍କରେ କହିଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ଅଧିକାରୀ ଶ୍ରୀ ସନ୍ତୋଷ କୁମାର ନାୟକ ଏବଂ ବିଭାଗୀୟ ଉପଖଣ୍ଡ ଅଧିକାରିଣୀ ଶ୍ରୀମତୀ ଉତ୍ସର୍ଗିତା ବଡରଇତ ଓ ଅଧ୍ୟାପକ ଶ୍ରୀ ସୋମନାଥ ବିଶ୍ଵାଳ ପ୍ରମୁଖ ମଞ୍ଚାସିନ ଅତିଥି ଭାବେ ଯୋଗଦେଇ ବ୍ରେଲ ଲିପି ଓ ଲୁଇସ୍ ବ୍ରେଲଙ୍କ ବିଭିନ୍ନ ଦିଗ ସମ୍ପର୍କରେ ଆଲୋଚନା କରି ଏହି ବ୍ରେଲି ଲିପିଦ୍ୱାରା କିଭଳି ଦୃଷ୍ଟି ବାଧିତ ବ୍ୟକ୍ତି ମାନେ ଆଜି ଦେଶର ବିଭିନ୍ନ କ୍ଷେତ୍ରରେ ବିଭିନ୍ନ ପଦ ପଦବୀରେ ରହିଛନ୍ତି କହି ଦୃଷ୍ଟି ବାଧିତ ଛାତ୍ରଛାତ୍ରୀଙ୍କ ପାଇଁ ରହିଥିବା ବିଭିନ୍ନ ସରକାରୀ ପ୍ରୋତ୍ସାହନ ଓ ସହାୟତା ସମ୍ପର୍କରେ କହି ସେ ସବୁର ସୁଯୋଗ ନେବାକୁ କହିଥିଲେ ।ଭିନ୍ନକ୍ଷମ ଅନୁଷ୍ଠାନ \”ସମର୍ଥ\” ର ଜିଲ୍ଲା ସଂପାଦକ ଶ୍ରୀ ସନ୍ତୋଷ କୁମାର ମହାରଣା କାର୍ଯ୍ୟକ୍ରମରେ ସଂଯୋଜନା କରିଥିଲେ ।ଏହି ଅବସରରେ ଜିଲ୍ଲାପାଳ ଓ ଅନ୍ୟାନ୍ୟ ମଞ୍ଚାସିନ ଅତିଥି ମାନଙ୍କ ଗହଣରେ ଉପସ୍ଥିତ ସମସ୍ତ ଦୃଷ୍ଟି ବାଧିତ ଛାତ୍ରଛାତ୍ରୀ ଓ ଅନ୍ୟାନ୍ୟ ମାନେ ସେମାନଙ୍କ ଗୁରୁ ଲୁଇସ୍ ବ୍ରେଲିଙ୍କ ଜନ୍ମ ଜୟନ୍ତୀ ଦିନରେ କେକ କାଟି ଖୁସି ମନାଇଥିଲେ ।ପରେ ଜିଲ୍ଲାପାଳ ଶ୍ରୀ ପଣ୍ଡା ବ୍ରେଲି ଦିନ ପଞ୍ଜିକା-୨୦୨୩ ଉନ୍ମୋଚନ କରିବା ସହ ଉପସ୍ଥିତ ସମସ୍ତ ଦୃଷ୍ଟି ବାଧିତଙ୍କୁ ତାହା ବଣ୍ଟନ କରିଥିଲେ ।ଅନ୍ୟପକ୍ଷରେ ଶାନ୍ତିଧାମ ଫାଉଣ୍ଡେସନ ପକ୍ଷରୁ ଭର୍ଚୁଆଲ ମୋଡ଼ରେ ଇଣ୍ଟରନେସନାଲ ଟେଲେଣ୍ଟ ହଣ୍ଟ\” ଅନୁଷ୍ଠିତ ସଙ୍ଗୀତ ପ୍ରତିଯୋଗିତାରେ ପ୍ରଥମ ହୋଇଥିବା ବୁଦ୍ଧେଶ୍ୱର୍ ବେହେରା ଓ ନୃତ୍ୟ ପ୍ରତିଯୋଗିତାରେ ତୃତୀୟ ହୋଇଥିବା କେ: ଶିବାଜୀଙ୍କୁ ଟ୍ରଫି ପ୍ରମାଣପତ୍ର ଏବଂ ୨ ଜଣଙ୍କୁ ଧଳା (ସାହା ବାଡି) ବଣ୍ଟନ କରିଥିଲେ ।ଏହି ଦିବସ କାର୍ଯ୍ୟକ୍ରମ ପାଳନ ଅବସରରେ ଦୃଷ୍ଟିହୀନ ମାନଙ୍କ ପାଇଁ ସ୍ବତନ୍ତ୍ର ସପ୍ଟୱେର ନନ ଭିଜୁଆଲ ଡେଷ୍ଟପ ତଥା ଅଦୃଶ୍ୟ କମ୍ପ୍ୟୁଟର ସିଷ୍ଟମର ଶୁଭ ଉଦଘାଟନ କରିଥିଲେ.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ