ମହିଳା କର୍ମଚାରୀଙ୍କୁ ଯୈାନ ନିର୍ଯ୍ୟାତନା ଅଭିଯୋଗ

କେନ୍ଦ୍ରାପଡା – କେନ୍ଦ୍ରାପଡା କ୍ରେଡିଟ କୋ-ଅପରେଟିଭ ସୋସାଇଟର ସଭାପତି ପ୍ରମୋଦ କୁମାର ସାହୁଙ୍କ ନାମରେ ସେହି ସୋସାଇଟର ଜନୈକ ମହିଳା କର୍ମଚାରୀଙ୍କୁ ଯୈାନ ଶୋଷଣ କରିଥିବା ନେଇ କେନ୍ଦ୍ରାପଡା ଟାଉନ ଥାନାରେ ଗତ ଅପ୍ରେଲମାସ ୨୭ତାରିଖରେ ଅଭିଯୋଗ ହେବା ପରେ ଥାନା ପକ୍ଷରୁ ବହୁ ବିଳମ୍ବରେ ଅର୍ଥାତ ଜୁଲାଇମାସ ୨୩ ତାରିଖରେ କେଶ ନମ୍ବର ୧୩୮/୨୦୧୯ରେ ଭାରତୀୟ ପିଙ୍ଗଳ କୋର୍ଡର ଧାରା ୫୦୯,୩୫୪(ଖ)(୧),୫୦୬ ଓ ୨୯୪ ଦଫାରେ ଅଭିଯୋଗ ପଞ୍ଜିକୃତ ହୋଇଥିବା ସୂଚନା ମିଳିଛି । ଅଭିଯୋଗରୁ ପ୍ରକାଶ ଯେ କେନ୍ଦ୍ରାପଡା ଜିଲ୍ଲାର ମହାକାଳପଡା ଥାନା ଅନ୍ତର୍ଗତ ନଛିପଡା ଗ୍ରାମର ଜନୈକ ଯୁବତୀ କେନ୍ଦ୍ରାପଡା ଟାଉନ ଥାନାରେ ଗତ ଜୁଲାଇମାସ ୨୩ତାରିଖରେ ଅଭିଯୋଗ କରିଛନ୍ତି ଯେ ସେ କେନ୍ଦ୍ରାପଡା କ୍ରେଡିଟ କୋ-ଅପରେଟିଭ ସୋସାଇଟର ବୀମା ପରାମର୍ଶଦାତା କମଳାକାନ୍ତ ସୁଆରଙ୍କ ମାଧ୍ୟମରେ ଏକଲକ୍ଷ ଟଙ୍କା ଲାଂଚ ଦେଇ କେନ୍ଦ୍ରାପଡା କ୍ରେଡିଟ କୋ-ଅପରେଟିଭ ସୋସାଇଟରେ କ୍ଲରିକାଲ ପଦରେ ପ୍ରାୟ ଏକବର୍ଷ ହେବ କାମ କରିଆସୁଥିବା ବେଳେ ଗତ କିଛିମାସ ହେବ ସୋସାଇଟିର ସଭାପତି ମୋବାଇଲ ଶିଖିବା ନାଁରେ ସଂପୃକ୍ତ ଅଭିଯୋଗକାରିଣି ଯୁବତୀଙ୍କୁ ବାରମ୍ବାର ଫୋନ କରିବା,ଭିଡିଓକଲ କରି ତାଙ୍କ ଚାମ୍ବରକୁ ଯିବାକୁ ବାଧ୍ୟ କରୁଥିଲେ ବୋଲି ଯୁବତୀ ଜଣକ ଅଭିଯୋଗ କରିଛନ୍ତି । ଏତଦବ୍ୟତିତ ସଂପୃକ୍ତ ଯୁବତୀ ସୋସାଇଟିର ସଭାପତି ଙ୍କ ଚାମ୍ବରକୁ ଗଲେ ତାଙ୍କୁ ନାନା ପ୍ରକାର ଅଶ୍ଳୀଳ ଇଙ୍ଗିତ କରୁଥିବା ଏବଂ ଦିନେ ଶ୍ରୀ ସାହୁ ତାଙ୍କ ଚାମ୍ବରକୁ ଡାକି ଜୋରଜବରଦସ୍ତ ସଂପୃକ୍ତ ଯୁବତୀଙ୍କ ବେକରେ ଏକ ସୂତା ପିନ୍ଧାଇବା ବାହାନାରେ ଯୁବତୀଙ୍କ ଶରୀରର ବିଭିନ୍ନ ଅଂଶକୁ ଜାଣିଶୁଣି ଟଚ କରିଥିଲେ ବୋଲି ସେ ଅଭିଯୋଗ କରିଛନ୍ତି । ଏତଦଭିନ୍ନ ଅଭିଯୋଗକାରିଣୀଙ୍କୁ  ବିଭିନ୍ନ ପ୍ରକାର ପ୍ରଲୋଭନ ଦେଖାଇ ଆକୃଷ୍ଟ କରିବାକୁ ପ୍ରୟାସ କରିଥିବା ମଧ୍ୟ ସେ ଅଭିଯୋଗ କରିଛନ୍ତି । ଏହାଛଡା ପ୍ରମୋଦଙ୍କର ଗୋପଠାରେ ଥିବା ଫାରମରର୍ସ ସୋସାଇଟିକୁ ସନ୍ଧ୍ୟାରେ ଏକୁଟିଆ ଯିବାକୁ ଅଭିଯୋଗକାରିଣୀଙ୍କୁ ଶ୍ରୀ ସାହୁ ବାଧ୍ୟ କରୁଥିଲେ ବୋଲି ସେ ଅଭିଯୋଗ କରିଛନ୍ତି । ଏସବୁକୁ ସଂପୃକ୍ତ ଯୁବତୀ ଜଣକ ବିରୋଧ କରିବାରୁ ତାଙ୍କୁ ଦୂର ସ୍ଥାନକୁ ବଦଳି କରିଦେବାକୁ ଧମକ ଦେଉଥିଲେ ସୋସାଇଟି ସଭାପତି  ଏବଂ ଶେଷରେ ତାଙ୍କ କଥାରେ ରାଜି ନହେବାରୁ ଯୁବତୀଙ୍କୁ ମାର୍ଶାଘାଇକୁ ବଦଳି କରିଦିଆଗଲା ବୋଲି ସେ ଅଭିଯୋଗ କରିଛନ୍ତି । ଏ ସମସ୍ତ ଘଟଣା ଘରେ କହିବା ପରେ ଯୁବତୀଙ୍କ ବୋଉ ସୋସାଇଟିକୁ ଆସି ସଭାପତିଙ୍କୁ ପଚାରିବାରେ ସଭାପତି ସଂପୃକ୍ତ ଯୁବତୀ ଏବଂ ତା’ଙ୍କ ବୋଉଙ୍କୁ ର୍ଦୂୂବ୍ୟବହାର କରିବା ସହିତ ଖରାପଭାଷାରେ ଗାଳିଗୁଲଜ କରିଥିଲେ ବୋଲି ସେ ଅଭିଯୋଗପତ୍ରରେ ଉଲ୍ଲେଖ କରିଛନ୍ତି ।  ସାହୁ ଜଣେ ପ୍ରଭାବ ଶାଳି ବ୍ୟକ୍ତି ହୋଇଥିବାରୁ ଅଭିଯୋଗକାରିଣୀଙ୍କ ଜୀବନପ୍ରତି ବିପଦ ରହିଛି ଓ ତାଙ୍କୁ ପୋଲିସ ସୁରକ୍ଷା ପ୍ରଦାନ କରାଯିବାକୁ ସେ ଟାଉନ ଥାନା ଅଧିକାରୀଙ୍କୁ ନିବେଦନ କରିଥିଲେ । କିନ୍ତୁ ତାଙ୍କର ଅଭିଯୋଗକୁ ପଞ୍ଜିକୃତ ନକରାଯିବା ସହିତ ତାଙ୍କୁ ପୋଲିସ ସୁରକ୍ଷା ପ୍ରଦାନ କରାଯାଇନଥିଲା ବୋଲି ସେ ଅଭିଯୋଗ କରିଛନ୍ତି । ନିର୍ଯ୍ୟାତନା ଓ ଶୋଷଣର ଶୀକାର ହୋଇ ଶେଷରେ ପିଡିତା ଜଣକ ଚାକିରୀରୁ ଇସ୍ତଫା ଦେବାକୁ ବାଧ୍ୟ ହୋଇଥିଲେ । କିନ୍ତୁ ସେହି ଇସ୍ତଫାକୁ ଗ୍ରହଣ କରାନଯାଇ ସୋସାଇଟି ପକ୍ଷରୁ ପିଡିତାଙ୍କୁ ଟରମିନେଟ କରାଯାଇଥିବା ମଧ୍ୟ ଅଭିଯୋଗ ହୋଇଛି । ଉଭୟ ଟାଉନ ଥାନାରେ ଲିଖିତ ଭାବେ ଓ ଅନ ଲାଇନରେ ପିଡିତା ଜଣଙ୍କ ଗତ ଅପ୍ରେଲମାସ ୨୭ତାରିଖରେ ପୋଲିସକୁ ଅଭିଯୋଗ କରିଥିଲେ । ପରେ ଥାନାରୁ ନ୍ୟାୟ ନପାଇ କୋର୍ଟରେ ମାମଲା ଦାୟର କରି କୋର୍ଟଙ୍କ ନିର୍ଦେଶ ପରେ ଥାନା ଅଧିକାରୀ ଅଭିଯୋଗର ପ୍ରାୟ ତିନିମାସ ପରେ ଜୁଲାଇମାସ ୨୩ତାରିଖରେ କେଶ ନମ୍ବର ୧୩୮/୨୦୧୯ରେ ଭାରତୀୟ ପିଙ୍ଗଳ କୋର୍ଡର ଧାରା ୫୦୯, ୩୫୪(ଖ)(୧), ୫୦୬ ଓ ୨୯୪ରେ ପିଡିତା ଯୁବତୀଙ୍କ ଅଭିଯୋଗକୁ ପଞ୍ଜିକୃତ କରିଦେଇଥିଲେ ମଧ୍ୟ ଅଦ୍ୟାବଧି ସେହି ଅଭିଯୋଗ ଉପରେ କୈାଣସି ପଦକ୍ଷେପ ନିଆଯାଇନଥିବା ପିଡିତା ଜଣଙ୍କ କାନ୍ଦି କାନ୍ଦି ଜିଲ୍ଲାପାଳ ସମର୍ଥ ବର୍ମାଙ୍କୁ ଭେଟି ଅଭିଯୋଗ କରିଥିବା ଜଣାପଡିଛି । ସୋସାଇଟି ସଭାପତି ଶ୍ରୀ ସାହୁଙ୍କୁ ଏ ସମ୍ପର୍କରେ ଯୋଗାଯୋଗ କରାଯାଇଥିଲେ ମଧ୍ୟ ସେ କୈାଣସି ଉତ୍ତର ଦେବାକୁ ରାଜି ହୋଇନଥିଲେ । ରାଜ୍ୟ ସରକାରଙ୍କ ୫-ଟିର “ମୋ ସରକାର” ଯୋଜନାରେ ତାଙ୍କ ଅଭିଯୋଗର ନିରପେକ୍ଷ ତଦନ୍ତ କରାଯାଇ ତାଙ୍କୁ ନ୍ୟାୟ ପ୍ରଦାନ କରାଯିବାକୁ ସେ ଜିଲ୍ଲାପାଳଙ୍କୁ ନିବେଦନ କରିଥିଲେ । ଜିଲ୍ଲାପାଳ ଏସମ୍ପର୍କରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ଏସପିଙ୍କୁ ନିର୍ଦେଶ ଦେଇଥିବା କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ