ମହିଳା କୈନ୍ଦ୍ରିକ ଖାସି ସମ୍ପ୍ରଦାୟ

ବିଶ୍ୱର ବିଭିନ୍ନ ଦେଶରେ ଭଳିକି ଭଳି ଆଦିବାସୀ ଅଛନ୍ତି । ସେମାନଙ୍କ ସଂସ୍କୃତି ଓ ପରମ୍ପରା କୌଣସି ରହସ୍ୟଠାରୁ କିଛି କମ୍ ନୁହେଁ । ମେଘାଳୟରେ ରହୁଥିବା ଖାସି ସମ୍ପ୍ରଦାୟର ମହିଳାଙ୍କ ହାତରେ ପରିବାରର ଦାୟିତ୍ୱ ନ୍ୟସ୍ତ ହୋଇଥାଏ । ଏହି ସମ୍ପ୍ରଦାୟର ପୁରୁଷମାନେ ବିବାହ ପରେ ଶ୍ୱଶୁର ଘରେ ଯାଇ ରୁହନ୍ତି । ଏଠାରେ ପୁରୁଷମାନଙ୍କୁ ଘରର ସବୁକାମ କରିବାକୁ ହୋଇଥାଏ । ବାହାରର ସବୁ କାମ ମହିଳା କରନ୍ତି । ମେଘାଳୟରେ ଥିବା ବଜାରଗୁଡ଼ିକର ଦୋକାନରେ ମହିଳା କାମ କରନ୍ତି । ଖାସି ସମ୍ପ୍ରଦାୟରେ ଘରର ସାନ ଝିଅକୁ ସବୁଠୁ ଅଧିକ ସମ୍ପତ୍ତି ମିଳିଥାଏ । ଏହି କାରଣରୁ ଘରର ସାନଝିଅ ମାତା-ପିତା, ଅବିବାହିତ ପୁଅ-ଝିଅଙ୍କର ଦେଖାଶୁଣା କରିଥାଏ । ଏହି ସମ୍ପ୍ରଦାୟର ଛୋଟ ଝିଅମାନେ ପିଲାଦିନେ ପଶୁହାଡ଼ରେ ଖେଳନ୍ତି । ଏଗୁଡ଼ିକ ସେମାନେ ଆଭୂଷଣ ଭାବେ ବ୍ୟବହାର କରନ୍ତି । ଖାସି ସମ୍ପ୍ରଦାୟର ପରିବାରଗୁଡ଼ିକ ମହିଳା କୈନ୍ଦ୍ରିକ ପରିବାର । ଅନେକ ଦିନ ପୂର୍ବରୁ ଏହି ସମ୍ପ୍ରଦାୟର ପୁରୁଷମାନେ ଯୁଦ୍ଧକୁ ପଳାଇ ଯାଇଥିଲେ ଓ ମହିଳାଙ୍କୁ ଛାଡ଼ି ଦେଇ ଯାଇଥିଲେ । ଏଥିଯୋଗୁଁ ପୁଅଝିଅମାନଙ୍କୁ ଘରର ମହିଳାମାନେ ସେମାନଙ୍କ ଉପନାମ ଦେଉଥିଲେ । ସେହିଭଳି ଖାସି ମହିଳାଙ୍କର ଅନେକ ଜୀବନସାଥୀ ଥାଆନ୍ତି । ତେଣୁ ପିଲାମାନଙ୍କୁ ମହିଳାମାନେ ସେମାନଙ୍କର ଉପନାମ ଦେଉଥିଲେ । ଏହି ସମ୍ପ୍ରଦାୟରେ କନ୍ୟା ସନ୍ତାନ ଜନ୍ମନେଲେ ମହିଳାମାନେ ଖୁସି ମନାନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ