ମହିଳା ଗୃହରକ୍ଷୀ ଙ୍କୁ ସଂଘବଦ୍ଧ ଆକ୍ରମଣ ମାମଲା ; ସ୍ଵାମୀଙ୍କ ସମେତ ୨ ଦେଢ଼ଶୁର ଙ୍କୁ କୋର୍ଟ ଚାଲାଣ

ଦିଗପହଣ୍ଡି,(ଓ୍ବାଇଏନ୍ଏସ୍): ଦିଗପହଣ୍ଡି ଥାନାରେ କାର୍ଯ୍ୟରତ ମହିଳା ଗୃହରକ୍ଷୀ ନର୍ମଦା ପଣ୍ଡା ଙ୍କୁ ସଂଘବଦ୍ଧ ଆକ୍ରମଣ ମାମଲାରେ ରବିବାର ତାଙ୍କ ସ୍ବାମୀ ରାଧାଶ୍ୟାମ ନନ୍ଦ, ଦେଢଶୁର ଜଗଦୀଶ ନନ୍ଦ,ପୀତବାସ ନନ୍ଦ ଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି।ଥାନା ମାମଲା ନଂ.୨୦୩/୨୦ ଦଫା – ୨୯୪/୩୨୩/୩୨୪/୩୪୨/୩୫୪(ଖ)/୪୯୮(କ) ଅନୁଯାୟୀ ଜାମିନ ଆବେଦନ ନାମଞ୍ଜୁର ହେବାରୁ ଅଭିଯୁକ୍ତମାନଙ୍କୁ ଦିଗପହଣ୍ଡି ସବଜେଲ ହାଜତକୁ ପଠାଇ ଦିଆଯାଇଛି।ଗତ ସୋମବାର ମଧ୍ୟାହ୍ନ ପ୍ରାୟ ସାଢେ଼ ୧୨ ଟାରେ ନର୍ମଦା ସ୍କୁଟିରେ ଘରୁ ଥାନାକୁ ଯାଉଥିବା ବେଳେ ବର୍ଷା ହେବାରୁ ସେ ଟାଉନ୍ ରୋଡ଼ ରାଣୀ ସାହି ଛକରେ ଥିବା ତାଙ୍କ ସ୍ବାମୀ ଙ୍କ ରାସନ ଦୋକାନ ନିକଟ ଏକ ଡ୍ରେସ୍ ଦୋକାନ ବାରଣ୍ଡାରେ ସେ ଠିଆ ହୋଇଥିବା ବେଳେ ସ୍ଵାମୀ ତାଙ୍କୁ ଗାଳି ଗୁଲଜ କରିଥିଲେ। ପ୍ରତିବାଦ କରିବାରୁ ତାଙ୍କୁ ସ୍ବାମୀ ତାଙ୍କ ରାସନ ଦୋକାନ ଭିତରକୁ ଟାଣି ନେଇ ଛୁରୀରେ ହାତକୁ ବାରମ୍ବାର ଆଘାତ କରିବା ସହ ନିସ୍ତୁକ ମାଡ଼ ମାରିଥିଲେ। ଏପରିକି ଦୋକାନ ବାହାର ପଟୁ ଗେଡ଼ା ପକାଇ ତାଙ୍କୁ ସ୍ବାମୀ ,ଦେଢ଼ଶୁର ଓ ୨ ଜଣ ପୁତୁରା ଦୀର୍ଘ ସମୟ ଅଟକ ରଖି ଦୋକାନ ଭିତରେ କିରୋସିନ ପକାଇ ଜାଳି ଦେବାକୁ ଉଦ୍ୟମ କରିଥିଲେ।ନର୍ମଦା ଭୟଭୀତ ହୋଇ ମୋବାଇଲ ଫୋନ୍ ରେ ବ୍ରହ୍ମପୁର ଏସ.ପି ପିନାକ ମିଶ୍ରଙ୍କୁ ଜଣାଇଥିଲେ। ଏସ. ପି ଙ୍କ ନିର୍ଦ୍ଦେଶକ୍ରମେ ଦିଗପହଣ୍ଡି ପୋଲିସ ଟିମ ତତ୍କାଳ ଘଟଣା ସ୍ଥଳରେ ପହଞ୍ଚି ତାଙ୍କୁ ଉଦ୍ଧାର କରିବାସହ ସ୍ଥାନୀୟ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ରେ ଭର୍ତ୍ତି କରିଥିଲେ। ସେଠାରୁ ଚିକିତ୍ସା ହୋଇ ଫେରିବାପରେ ସେ ଥାନାରେ ଏତଲା ଦେଇଥିଲେ। ହୋମଗାର୍ଡ ନର୍ମଦା ରାଧା ଶ୍ୟାମ ଙ୍କୁ ବିବାହ କରିବା ପରଠାରୁ ଉଭୟଙ୍କ ମଧ୍ୟରେ କଳି ଝଗଡ଼ା ଲାଗି ରହୁଥିଲା। ଫଳରେ ସେ ଦୁହେଁ ପରସ୍ପର ଠାରୁ ଅଲଗା ରହୁଥିଲେ।ଏନେଇ ପୂର୍ବରୁ ନର୍ମଦା ଦିଗପହଣ୍ଡି କୋର୍ଟ ରେ ଭରଣପୋଷଣ ମାମଲା ରୁଜୁ କରିବାସହ ରାଜ୍ୟ ମହିଳା କମିଶନ ଙ୍କ କୋର୍ଟ ରେ ଯାଚିକା ଦାଖଲ କରିଥିଲେ। ସ୍ବାମୀ ଓ ୨ ଦେଢ଼ଶୁର ଙ୍କ ସମେତ ପୁତୁରା ମାନେ ତାଙ୍କୁ ଗତ କିଛିଦିନ ଧମକ ଦେବାସହ ହତ୍ୟା କରିବା ପାଇଁ ଯୋଜନା କରି ଆସୁଥିବା ନେଇ ଏତଲାରେ ଉଲ୍ଲେଖ ଥିବା ଆଇ ଆଇ ସି ବସନ୍ତ କୁମାର ସେଠୀ କହିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ