ମହିଳା ଦିବସରେ ଆରମ୍ଭ ହେଲା ପୃଥକ ମିଶନ୍ ଶକ୍ତି ବିଭାଗର କାର୍ଯ୍ୟ
ଭୁବନେଶ୍ବର, ((ୱାଇଏନ୍ଏସ୍): ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ଆଜିଠାରୁ ମିଶନ୍ ଶକ୍ତି ବିଭାଗ ଓଡ଼ିଶାରେ କାର୍ଯ୍ୟ ଆରମ୍ଭ କରିଥିବା ଜଣାଯାଇଛି।୮୦ ଲକ୍ଷ ମହିଳା ଏସଏଚଜି ସଦସ୍ୟଙ୍କ ଅର୍ଥନୈତିକ ସଶକ୍ତିକରଣର ଯତ୍ନ ନେଉଥିବା ଏକ ପୃଥକ ମିଶନ୍ ଶକ୍ତି ବିଭାଗ ଆଜିଠାରୁ କାର୍ଯ୍ୟ ଆରମ୍ଭ କରିବ। ଏହି ବିଭାଗର ଦାୟିତ୍ବରେ ଦୁଇଜଣ ମହିଳା ଅଛନ୍ତି। ସେମାନେ ହେଲେ ମନ୍ତ୍ରୀ ଟୁକୁନି ସାହୁ ଓ ଆଇଏଏସ୍ ସୁଜାତା ଆର କାର୍ତ୍ତିକେୟନ୍।


