ମହିଳା ଦିବସରେ ପ୍ରତିନିଧି ସମ୍ମାନିତ

ପୁରୀ (ଜୁଗାବ୍ଦ ନ୍ୟୁଜ୍‍): ଡେଲାଙ୍ଗ ବ୍ଳକ୍ ପରିସରରେ ଅର୍ନ୍ତଜାତୀୟ ମହିଳା ଦିବସ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମିଶନ ଶକ୍ତି ମହିଳା ମହାସଂଘ ସମ୍ପାଦିକା ବାସନ୍ତୀ ସାହୁ କହିଥିଲେ ଗଣମାଧ୍ୟମ ପାଇଁ ସମାଜରେ ମହିଳା ଆଗକୁ ବଢି ପାରିଛନ୍ତି । ସୁସ୍ଥ ସମାଜ ଗଠନ କରିବାରେ ମହିଳାଙ୍କ ଦ୍ୱାରା ବିଭିନ୍ନ କାର୍ଯ୍ୟକ୍ରମକୁ ଗଣମାଧ୍ୟମରେ ଅଗ୍ରାଧିକାର ଦେଇ ପ୍ରଚାର ଓ ପ୍ରସାର ହେବାରୁ ନାରୀମାନେ ସଶକ୍ତିକରଣ ହୋଇପାରିଛନ୍ତି । ଫଳରେ ସମାଜରେ ଆଜି ନାରୀମାନେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବା ସହ ନିଜକୁ ସମାଜରେ ପ୍ରତିଷ୍ଠା କରିପାରିଛନ୍ତି । ସେଥିପାଇଁ ପ୍ରତ୍ୟେକ ମୁହୂର୍ତ୍ତରେ ଗଣମାଧ୍ୟମରେ ପ୍ରତିନିଧିଙ୍କ ଭୂମିକା ଅବର୍ଣ୍ଣନୀୟ । ତେଣୁ ଆଜିର ଏହି ଅର୍ନ୍ତଜାତୀୟ ମହିଳା ଦିବସରେ ଦୈନିକ ଖବରକାଗଜର ବ୍ଲକ୍ ପ୍ରତିନିଧି ବିଜୟ କୁମାର ମହାପାତ୍ରଙ୍କୁ ଅତିଥି ଭାବରେ ଯୋଗ ଦେଇଥିବା ପୂର୍ବତନ ବ୍ଲକ୍ ଅଧ୍ୟକ୍ଷ ବୈରାଗୀ ଯେନା ଟ୍ରଫି ଓ ଉତ୍ତରୀୟ ଦେଇ ସମ୍ମାନିତ କରିଥିଲେ । ଏହି ଅବସରରେ ବ୍ଲକ୍ ଅଧ୍ୟକ୍ଷ ପ୍ରସନ୍ନ କୁମାର ସାହୁ, ବିଡିଓ କ୍ଷୀରୋଦ ପ୍ରଧାନ, ବ୍ଲକ୍ ଶିଶୁ ବିକାଶ ଅଧିକାରୀ କମିନୀପ୍ରଭା ସ୍ୱାଇଁ, ଉପାଧ୍ୟାକ୍ଷା ସୋପ୍ନା ବଳବନ୍ତରାୟ, ମିଶନଶକ୍ତି ମହିଳା ମହାସଂଘ ସଭାପତି ବିଦ୍ୟୁଲତା ସ୍ୱାଇଁଙ୍କ ସମେତ ଅନ୍ୟାନ୍ୟ ବରେଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ