ମହିଳା ମାନଙ୍କୁ ସ୍ୱାବଲମ୍ବୀ କରିବା ପାଇଁ ତାଲିମକେନ୍ଦ୍ର ଉଦଘାଟନ

ନିମାପଡ଼ା, (ସନ୍ତୋଷ ଦାଶ):ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ବନ୍ତିଳୋ ଗ୍ରାମ ଠାରେ ଏକ ତାଲିମ କେନ୍ଦ୍ର କୁ ସ୍ଥାନୀୟ ବିଧାୟକ ତଥା ରାଜ୍ୟ କ୍ରୀଡ଼ା, ଯୁବବ୍ୟାପାର, ଗୃହ ରାଷ୍ଟ୍ର ମନ୍ତ୍ରୀ ତୁଷାର କାନ୍ତି ବେହେରା ଆନୁଷ୍ଠାନିକ ଭାବେ ଉଦଘାଟନ କରିଛନ୍ତି। ଏହି ତାଲିମ କେନ୍ଦ୍ର ରେ ଜାତୀୟ ଗ୍ରାମୀଣ ବିକାଶ ସଂସ୍ଥା ଦ୍ୱାରା ମହିଳା ପ୍ରଶିକ୍ଷଣ ନେଇ ସ୍ବାବଲମ୍ବୀ ହୋଇପାରିବେ। ଦକ୍ଷତା ବିକାଶ ହିଁ ସଫଳତା ର ଶୀର୍ଷକୁ ଛୁଇଁବାରେ ସହଯୋଗ କରିବ। ନିଜର ଦକ୍ଷତା ନ ଥିଲେ ଟିକେ ବି ଆଗକୁ ଯାଇପାରିବେ ନାହିଁ। ସୁବିଧା ସୁଯୋଗ ନ ଥିଲେ ଓ ତାଲିମ୍ ନ ମିଳିଲେ ଦକ୍ଷତାକୁ ପ୍ରକାଶ କରିବା ଅସମ୍ଭବ ବୋଲି ମନ୍ତ୍ରୀ ଶ୍ରୀ ବେହେରା ଏହି ତାଲିମ କେନ୍ଦ୍ର କୁ ଉଦଘାଟନ କରି କହିଥିଲେ।ଗ୍ରାମାଞ୍ଚଳ ମହିଳା ମାନଙ୍କୁ ସ୍ୱାବଲମ୍ବୀ କରିବା ସେମାନଙ୍କୁ ଡିଜିଟାଲ ଟ୍ରେନିଂ ସହ ସିଲାଇ ଶିକ୍ଷା ପ୍ରଦାନ କରାଯିବ ବୋଲି ସ୍ଥିର କରାଯାଇଛି। ଏହି କେନ୍ଦ୍ର କୁ ଡିଜିଟାଲ ସିଲାଇ ମେସିନ ଯୋଗାଇ ଦିଆଯାଇଛି ।ଏହି ବିକାଶ ଯୋଜନା ରେ ପୁଞ୍ଜି ନିବେଶ କରିଛି ଜାତୀୟ ସଂସ୍ଥା “ଫିକି ଫ୍ଲୋ”।ଅସ୍ତରଙ୍ଗ ବ୍ଲକ ସ୍ଥିତ ବନ୍ତିଳୋ ଠାରେ ମନ୍ତ୍ରୀ ଶ୍ରୀ ବେହେରା ପୁରୀ ଜିଲ୍ଲା ପରିଷଦ ଉପାଧକ୍ଷ ସ୍ୱାଧୀନ କୁମାର ନାୟକ ଓ ସ୍ଥାନୀୟ ସରପଞ୍ଚ ଙ୍କ ଉପସ୍ଥିତି ରେ ଉକ୍ତ ପ୍ରଶିକ୍ଷଣ ଶିବିର କୁ ଉଦୁଘାଟନ କରିଥିଲେ।ସେଥିପାଇଁ ଅସ୍ତରଙ୍ଗ ଅଞ୍ଚଳ ର ମହିଳା ମାନେ ବିଧାୟକ ତଥା ମନ୍ତ୍ରୀ ଶ୍ରୀ ବେହେରା ଙ୍କୁ ଧନ୍ୟବାଦ ଜଣାଇଛନ୍ତି। ମହିଳା ମାନେ ପ୍ରସ୍ତୁତି କରୁଥିବା ସମସ୍ତ ଦ୍ରବ୍ୟ କିପରି ବାହାରେ ବିକ୍ରି ହୋଇପାରିବ ଓ କିପରି ସେମାନେ ରୋଜଗାରକ୍ଷମ ହୋଇ ପାରିବେ ତାକୁ ନେଇ ସରକାର ଙ୍କ ପକ୍ଷରୁ ବ୍ୟବସ୍ଥା କରାଯାଉଥିବା କହିଛନ୍ତି ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଶ୍ରୀ ନାୟକ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ