ମହିଳା ସଶକ୍ତିକରଣ ନାମରେ ବାହାବା ନେବାରେ ତତ୍ପର ରାଜ୍ୟ ସରକାର

କଟକ, (ଯୁଗାବ୍ଦ ନ୍ୟୁଜ) : ଆଜକୁ ଦୀର୍ଘ ଦୁଇବର୍ଷ ହେବ ନିଖିଳ ଓଡ଼ିଶା ଅଣନିଯୁକ୍ତି ତାଲିମ୍‌ପ୍ରାପ୍ତ ମହିଳା ସ୍ୱାସ୍ଥ୍ୟକର୍ମୀ ସଂଘ ତାଲିମପ୍ରାପ୍ତ ଏ.ଏନ୍‌.ଏମ୍ ମହିଳାମାନଙ୍କୁ ସରକାରୀ କ୍ଷେତ୍ରରେ ନିଯୁକ୍ତି ଦେବା ପାଇଁ ସଂଘର୍ଷ କରି ଆସୁଛି । ସରକାର ପ୍ରତ୍ୟେକ ଥର ପ୍ରତିଶ୍ରୁତି ଦିଅନ୍ତି କିନ୍ତୁ ପ୍ରତିଶ୍ରୁତି, ପ୍ରତିଶ୍ରୁତିରେ ହଁ ରହିଯାଏ । ଗତ ଜୁଲାଇ ୫ ତାରିଖ ଦିନ ସ୍ୱାସ୍ଥ୍ୟ ବିଭାଗର ସମସ୍ତ ଅଧିକାରୀଙ୍କ ସହ ଆଲୋଚନା ପରେ ମାନ୍ୟବର ସ୍ୱାସ୍ଥ୍ୟମନ୍ତ୍ରୀ ଗଣମାଧ୍ୟମ ଜରିଆରେ ୧୫ ହଜାର ପାରା ମେଡ଼ିକାଲ କର୍ମୀଙ୍କୁ ନିଯୁକ୍ତି ଦେବେ ବୋଲି ଘୋଷଣା କରିଥିଲେ । ଉକ୍ତ ପାରା ମେଡ଼ିକାଲ କର୍ମୀଙ୍କ ମଧ୍ୟରେ ଏନ୍‌.ଏନ୍‌.ଏମ୍ ମାନେ ଅନ୍ତର୍ଭୁକ୍ତ । ଉକ୍ତ ଘୋଷଣା ପରେ ନିଖିଳ ଓଡ଼ିଶା ଅଣନିଯୁକ୍ତି ତାଲିମପ୍ରାପ୍ତ ମହିଳା ସ୍ୱାସ୍ଥ୍ୟକର୍ମୀ ସଂଘ ବାରମ୍ବାର ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବା ସହ ସରକାରଙ୍କ ସହ ଓତଃପ୍ରୋତ ଭାବେ ଜଡ଼ିତ ରହି ଶାନ୍ତପୂର୍ଣ୍ଣ ଭାବେ କିପରି ନିଯୁକ୍ତି ପ୍ରକ୍ରିୟାକୁ ତ୍ୱରାନ୍ୱିତ କରାଯିବ ସେଥିପାଇଁ ସବୁବେଳେ ତତ୍ପର ଥାଏ । ମାନ୍ୟବର ମନ୍ତ୍ରୀ, ମାନ୍ୟବର ସଚିବଙ୍କ ପ୍ରତିଶ୍ରୁତି ମୂଳରେ ନୀରବ ଓ ଭଦ୍ର ସହ ମାନି ସହିଯାଆନ୍ତି । କିନ୍ତୁ ଏବେ ସହିବାର ସୀମା ଟପି ଯାଇଛି । ମହିଳାମାନଙ୍କୁ ଭୂଆଁ ବୁଲାଉଥିବା ବା ମହିଳାମାନଙ୍କୁ ସଶକ୍ତିକରଣ କରିବା ପାଇଁ ରାଜ୍ୟର ମୁଖିଆ ସାରା ବିଶ୍ୱରେ ଯେଉଁ ଡ଼େଙ୍ଗୁରା ପିଟୁଛନ୍ତି ତାଙ୍କ ରାଜ୍ୟରେ ତାମିଲ୍ ନେଇଥିବା ମହିଳାମାନଙ୍କୁ ସଶକ୍ତିକରଣ କରିବାରେ ଅଯୋଗ୍ୟ ବୋଲି ପ୍ରମାଣ କରିବାର ସମୟ ଆସିଯାଇଛି । ଏଭଳି ମିଛୁଆ ମୁଖ୍ୟମନ୍ତ୍ରୀଙ୍କର ମୁଖା ଖୋଲିବା ପାଇଁ ନିଖିଳ ଓଡ଼ିଶା ଅଣନିଯୁକ୍ତି ତାଲିମପ୍ରାପ୍ତ ମହିଳା ସ୍ୱାସ୍ଥ୍ୟକର୍ମୀ ସଂଘ ଆସନ୍ତା ୨୭ ତାରିଖରୁ ଆମରଣ ଅନଶରେ ବସିବା ସହ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ସମ୍ମୁଖରେ ହଜାର ହଜାର ମହିଳା ସ୍ୱାସ୍ଥ୍ୟକର୍ମୀମାନେ ଆତ୍ମହୁତି ଦେବେ ବୋଲି ସଂଘର ରାଜ୍ୟ ସଭାପତି ପାର୍ଥସାରଥୀ ଜେନା ଆଜିର ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି । ନାରୀମାନେ କ’ଣ କରିପାରନ୍ତି ତାହା ମାନ୍ୟବର ମୁଖ୍ୟମନ୍ତ୍ରୀ ଏବେ ଦେଖିବାର ସମୟ ଆସିଯାଇଛି । ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ସଂଯୁକ୍ତା ସାହୁ, ବିଷ୍ଣୁପ୍ରିୟା ଖଣ୍ଡେଇ, ମମତା ସାହୁ, ସୋନାଲି ମହାନ୍ତି, କଲ୍ୟାଣୀ ପ୍ରଧାନ, ସୁପ୍ରିୟା ଦାସ, ସୁଜାଜା ମହାରଣା, ସାବିତ୍ରୀ ଲେଙ୍କା, ମମତା ଜେନା, ତପସ୍ୱିନୀ ବେହେରା, ଦୀପ୍ତି ପଟ୍ଟନାୟକ ଓ ସମସ୍ତ ଜିଲ୍ଲାର ସଭାନେତ୍ରୀ, ସମ୍ପାଦିକା ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ