ମହିଳା ସ୍ନାତକ ମହାବିଦ୍ୟାଳୟର ନୂତନ ଭିତ୍ତିପ୍ରସ୍ତର ସ୍ଥାପନ

ପାରଳାଖେମୁଣ୍ଡି, (ତାରିଣୀ ପଣ୍ଡା) :-ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଥିବା ମହିଳା ମହା ବିଦ୍ୟାଳୟ ଠାରେ ପବିତ୍ର ରଥଯାତ୍ରା ଶୁଭ ଅବସରରେ ମହିଳା ସ୍ନାତକ ମହାବିଦ୍ୟାଳୟର ନୂତନ କୋଠା ନିର୍ମଆ ନିମନ୍ତେ ଭିତ୍ତିପ୍ଲସ୍ତର ସ୍ଥାପନ ସ୍ଥାନୀୟ ଫରେଷ୍ଟ ଗେଟ ନିକଟରେ ହୋଇଯାଇଛି । ହାତୀବାଡି, ଗୋପୀନାଥପୁର ଠାରେ ଥିବା ମହାବିଦ୍ୟାଳୟଲ ସ୍ଥାନକୁ ବ୍ରହ୍ମପୁର ସାଂସସଦ ଚନ୍ଦ୍ରଶେଖର ସାହୁ ମୁଖ୍ୟଅତିଥିବା ଭାବେ ଯୋଗଦେଇ ଶୁଭଶିଳା ପ୍ରତ୍ୟର୍ପଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସମ୍ମାନିତ ଅତିଥି ଭାବେ ପାରଳାଖେମୁଣ୍ଡି ବିଧାୟକ କେ.ନାରାୟଣ ରାଓ, ଜିଲ୍ଲାପରିଷଦ ସଭାପତି ଜି.ତିରୁପତି ରାଓ, ଗଜପତି ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା, ଅତିରିକ୍ତ ଜିଲ୍ଲାପାଳ ତଥା ସଭାପତି ପରିଚାଳନା କମିଟି ସଂଗ୍ରାମ ଶେଖର ପଣ୍ଡା, ପାରଳାଖେମୁଣ୍ଡି ପୌରାଧ୍ୟକ୍ଷା ନିର୍ମଳା ସେଠୀ, ବ୍ରହ୍ମପୁର ଉଚ୍ଚ ଶିକ୍ଷା ବିଭାଗର ଆଞ୍ଚଳିକ ନିର୍ଦ୍ଦେଶକ ଡ.ଲକ୍ଷ୍ମୀକାନ୍ତ ତ୍ରିପାଠୀ । ଏହି କାର୍ଯ୍ୟକ୍ରମକୁ ମହାବିଦ୍ୟାଳୟର ଅଧ୍ୟକ୍ଷା ତଥା ସମ୍ପାଦିକା ପରିଚାଳନା କମିଟି ଡ. ରୀନା ସାହୁଙ୍କ ତତ୍ୱାବଧାନରେ ପରିଚାଳିତ ହୋିଥିଲା । ଏହି ଶୁଭ ଅବସରରେ ମହାବିଦ୍ୟାଳୟର ସମସ୍ତ କର୍ମଚାରୀ, ଛାତ୍ରୀଗଣ ତଥା ସହରର ବୁଦ୍ଧିଜୀବୀମାନେ ଉପସ୍ଥି ରହିଥିଲେ । ଏକ ନୂତନ ଭିତ୍ତିଭୂମି ପାଇବାର ପରିତୃପ୍ତିରେ ମହା ବିଦ୍ୟାଳୟର ଛାତ୍ରମାନଙ୍କ ମଧ୍ୟରେ ଆନନ୍ଦ ତଥା ଉତ୍ସାହର ଲହରୀ ଖେଳିଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ