ମହିଳା ସ୍ନାତକ ମହାବିଦ୍ୟାଳୟର ଅଧ୍ୟାପିକାଙ୍କ ଅକାଳ ମୃତ୍ୟୁକୁ ନେଇ ଶୋକସଭା

ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା ): ସ୍ଥାନୀୟ ମହିଳା ଡିଗ୍ରୀ ମହାବିଦ୍ୟାଳୟର ତେଲୁଗୁ ବିଭାଗର ବରିଷ୍ଠ ଅଧ୍ୟାପିକା ସି.ଏଚ୍. ନିର୍ମଳା, ଏକ ସଡକ ଦୁର୍ଘଟଣାରେ ଅକାଳ ମୃତ୍ୟୁବରଣ କରିଥିବା ଯୋଗୁଁ ତାଙ୍କ ବିୟୋଗରେ କଲେଜ ପରିସରରେ ଏକ ଶୋକସଭା ଅନୁଷ୍ଠିତ ହୋଇଥିଲା. ଏନେଇ ପାରଳାଖେମୁଣ୍ଡି ସହର ସମେତ ମହାବିଦ୍ୟାଳୟରେ ମଧ୍ୟ ଏକ ଶୋକର ଛାୟା ଖେଳିଯାଇଛି। ସ୍ୱର୍ଗତ ଅଧ୍ୟାପିକାଙ୍କର ହଠାତ୍ ଚାଲିଯିବାକୁ କେହି ସହଜରେ ଗ୍ରହଣ କରିପାରୁନାହାନ୍ତି । ସେ ଜଣେ କର୍ମଠ ଅଧ୍ୟାପିକା ସହ ସରଳ ଓ ଅମାୟିକ ବ୍ୟକ୍ତିତ୍ବର ଅଧିକାରୀ ଥିଲେ। ଆଜି ତାଙ୍କର କର୍ମକ୍ଷେତ୍ର ମହିଳା ସ୍ନାତକ ମହାବିଦ୍ୟାଳୟ ପରିସରରେ ଅଧ୍ୟକ୍ଷା ଡଃ ରୀନା ସାହୁଙ୍କ ତତ୍ବାବଧାନରେ କର୍ମଚାରୀ ତଥା ଛାତ୍ରୀ ମାନଙ୍କର ସମାବେଶରେ ଏକ ଶୋକ ସଭା ଆୟୋଜନ କରାଯାଇ ସ୍ୱର୍ଗତ ଆତ୍ମାର ସଦ୍‌ଗତି ପାଇଁ ଦୁଇ ମିନିଟ୍ ନୀରବ ପ୍ରାର୍ଥନା ପୂର୍ବକ ସ୍ମୃତି ଚାରଣ କରାଯାଇଥିଲା। ସ୍ୱର୍ଗତ ଅଧ୍ୟାପିକା ସି.ଏଚ୍.ନିର୍ମଳାଙ୍କର ଅକାଳ ମୃତ୍ୟୁ ଅନୁଷ୍ଠାନ ପାଇଁ ଏକ ଅପୂରଣୀୟ କ୍ଷତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ