ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ଙ୍କ ସମାବେଶ 

ନିମାପଡ଼ା, (ସନ୍ତୋଷ ଦାଶ):ଆଜି ଅପରାହ୍ନରେ ସ୍ଥାନୀୟ ଶୁଭମ୍ ମଣ୍ଡପ ଠାରେ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ନିମାପଡ଼ା ଓ ପୁରୀ ଶାଖା ଆନୁକୁଲ୍ୟରେ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ଙ୍କ ସମାବେଶ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଆୟୋଜିତ ଉତ୍ସବରେ ମୁଖ୍ୟ ସାଧାରଣ ପରିଚାଳକ ବିଦ୍ୟା କ୍ରିଷ୍ଣା, ସାଧାରଣ ପରିଚାଳକ ବିଜୟ କୁମାର କୁଜୁର,ଉପ ସାଧାରଣ ପରିଚାଳକ ଆନନ୍ଦ ବିକ୍ରମ, ଡିଜିଟାଲ ବ୍ୟାଙ୍କିଙ୍ଗର ପରିଚାଳନା ନିର୍ଦ୍ଦେଶକ ସିଂ.ଏସ୍.ସେଟ୍ଟୀ ଓ ନିମାପଡ଼ା ଏନ.ଏ.ସି ର ନିର୍ବାହୀ ଅଧିକାରୀ ଏମ୍.ଶ୍ରୀନିବାସନ୍ ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ଏସ୍.ଏଚ୍.ଜି ର ମହିଳା ମାନଙ୍କୁ ଆତ୍ମନିର୍ଭରଶୀଳ କରିବା ପାଇଁଁ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ସବୁବେଳେ ପ୍ରସ୍ତୁତ ଅଛି ବୋଲି ପ୍ରକାଶ କରିଥଲେ । ପ୍ରାୟ ୧୫୦୦ ଏସ୍.ଏଚ୍.ଜି କୁ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ପକ୍ଷରୁ ୩୨ କୋଟି ଟଙ୍କା ଋଣ ପ୍ରଦାନ କରା ଯାଇଥିବା ବ୍ୟାଙ୍କ ଅଧିକାରୀ ମାନେ ସୂଚନା ଦେଇଥିଲେ । ଆଞ୍ଚଳିକ ପରିଚାଳକ ଶଙ୍କର୍ଷଣ ମଲିକ ଧନ୍ୟବାଦ ଅର୍ପଣ କରିଥିଲେ। ନିମାପଡ଼ା ଶାଖା ପରିଚାଳକ ଟାଇରସ୍ ଟପୋ,ସମ୍ବିତ ମହାନ୍ତି ଓ ବ୍ୟାଙ୍କର ସମସ୍ତ କର୍ମଚାରୀ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ